ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷୀ

ଭୁବନେଶ୍ୱର()  ଟୋକନ୍ ବ୍ୟବସ୍ଥା ଉଛେଦ ଦାବିରେ ପଶ୍ଚିମ ଓଡିଶାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ମାନିଯାଇଛନ୍ତି ଆନ୍ଦୋଳନରତ ଚାଷୀ ।

ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡ଼ି ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବରେଇ ପାଲିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମନ୍ତ୍ରୀ ଓ ବିଧାୟକ ଟୋକନ ବ୍ୟବସ୍ଥାରେ ସରଳୀକରଣ କରାଯିବ। ଯେତେ ପରିମାଣରେ ଧାନ ଆଣିଲେ ବି ଚାଷୀ ମଣ୍ଡିରେ ଧାନ ବିକି ପାରିବେ। ସରକାରଙ୍କ ପକ୍ଷରୁ ଚାଷୀଙ୍କ ସବୁ ଧାନ ସଂଗ୍ରହ କରାଯିବ। ଜରୁରୀ ସମୟରେ ଟୋକନ ଜେନେରଟ କରାଯିବ। ଏଥିରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଚାଷୀଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ କୃଷକ ପ୍ରତିନିଧିଙ୍କ ବୈଠକ ବସିଥିଲା। ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ।

Share

Leave a Reply

Your email address will not be published. Required fields are marked *

four × four =