ପଦବୀ ହରାଇଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ

ନୟାଗଡ଼: ଅନାସ୍ଥା ଭୋଟରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ।ତେବେ ଅନାସ୍ଥାରେ ହାରିବା ସହ ସରପଞ୍ଚ ପଦବୀ ହରାଇବେ ସୌମ୍ୟରଞ୍ଜନ। ପଞ୍ଚାୟତର ସମସ୍ତ ୧୫ ଓ୍ବାର୍ଡ ସଭ୍ୟ ସୌମ୍ୟରଞ୍ଜନଙ୍କ ବିରୋଧରେ ମତଦାନ କରିଥିବା ସମୟରେ ଏହି ଅନସ୍ଥା ପ୍ରସ୍ତାବକୁ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଥିଲା।ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ଭୋଇ।

ସୂଚନା ଅନୁଯାୟୀ, ଗତମାସ ୨ ତାରିଖରେ ଓ୍ବାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ ସୌମ୍ୟଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ଯ୍ୟାଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ସାମ୍ନାକୁ ଆସିଥିଲା | ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ । ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୌମ୍ୟଙ୍କ ପାଖକୁ ନୋଟିସ ପଠା ଯାଇଥିଲା ।ତେବେ ଏନେଇ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ସ୍ଥିର କରାଯାଇଛି । ଆସନ୍ତା କାଲି ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସଭାପତିତ୍ୱରେ ବୈଠକ କରାଯିବା ପାଇଁ କ୍ଷମତା ପ୍ରଦାନ କରାଯାଇଥିଲା । ସମସ୍ତ ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ନିଜର ମତଦାନ ସାବ୍ୟସ୍ତ କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା। ନୟାଗଡ଼ ପରୀହତ୍ୟା ମାମଲାରେ ପରୀର ବାପା, ମା ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିବାପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ |

Share

Leave a Reply

Your email address will not be published. Required fields are marked *

19 − seventeen =