ଓଡ଼ିଶାରୁ ୯ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର () : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୮୬ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଉଲ୍ଲେଖନୀୟ ସେବା ପାଇଁ ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ ।

ଏଥି ସହିତ ୫୮ ଜଣଙ୍କୁ ହୋମ ଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ଏବଂ ୫୦ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ କରାଯିବ ।

ଚଳିତ ବର୍ଷ ଓଡ଼ିଶାରୁ କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର), ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ୍) ଏବଂ ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ) ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ରାଷ୍ଟ୍ରପତି ପଦକ ପାଇବାକୁ ଓଡ଼ିଶାର ଅମୂଲ୍ୟ କୁମାର ସମର୍ଥା (ସିଡି, ଭଲ୍ୟୁଂଟିର) ମନୋନୀତ ହୋଇଛନ୍ତି । ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବାକୁ ବିମଲ ପ୍ରସାଦ ପାଣି (ସିଡି, ଭଲ୍ୟୁଂଟିର), ପ୍ରକାଶ କୁମାର ଜେନା (ସିଡି, ଭଲ୍ୟୁଂଟିର) ଏବଂ ଅଭିନ୍ନ ମୋହନ ସାମନ୍ତରାୟ (ହୋମଗାର୍ଡ) ମନୋନୀତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 10 =