ଯୁବ ବାହିନୀକୁ ନବୀନଙ୍କ ପରାମର୍ଶ : ସେବା ହିଁ ଶ୍ରେଷ୍ଠ ଧର୍ମ

ବଲାଙ୍ଗିର () ସେହା ହେଉ ଯୁବ ସମାଜର ପରିଚୟ । ସେବା ହେଉ ଓଡିଆ ଜାତିର ପରିଚୟ, ତାହାହିଁ ଏ ଜାତିକୁ ମହାନ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀରର ରାଜେନ୍ଦ୍ର କଲେଜଠାରେ ଆୟୋଜିତ ବିଜୁ ଯୁବବାହିନୀର ଆଞ୍ଚଳିକ ବୈଠକରେ ଯୋଗ ଦେଇ ଯୁବ ସମାଜକୁ ସେବା ମନୋଭାବରେ ପରିଚାଳିତ ହେବା ପାଇଁ ପରାମର୍ଶ ଦେଇ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେବା ଆମ ଜୀବନରେ ଶୃଙ୍ଖଳା, ସାହସ ଓ ମିଳିମିଶି କାମ କରିବାକୁ ପ୍ରେରଣା ଦିଏ । ସେବା ପାଇଁ ଦରକାର କଠିନ ପରିଶ୍ରମ, ତ୍ୟାଗ ୋ ସଂକଳ୍ପ । ସେବା ଅହ ଦୂର କରି ଚିନ୍ତାଧାରାକୁ ବ୍ୟାପକ କରିଥାଏ । ସେବା ହିଁ ଶ୍ରେଷ୍ଠ ଧର୍ମ ଓ ସେବାର ବିକଳ୍ପ ନାହିଁ । ପରିବାର ଭିତରେ ଆପଣମାନଙ୍କ କର୍ତ୍ତବ୍ୟ ହେଉଛି ପିତାମାତାଙ୍କ ସେବ । ଦେଶ ପାଇଁ ଆପଣମାନଙ୍କ ସେବା ହେଉଛି ଦେଶଭକ୍ତି । କୁହାଯାଏ ମାନବ ସମାଜର ସେବା ହେଉଛି, ଇଶ୍ବରଙ୍କ ସେବା । ତେଣୁ ମାନବ ସମାଜର ସେବା ହେଉଛି ପ୍ରକୃତ ଭକ୍ତି ।

ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁ ଓ ବିଜୁବାବୁ, ମା ରମା ଦେବୀ, ମାଳତୀ ଚୌଧୁରୀଙ୍କ ପରି ମହାପୁରୁଷମାନଙ୍କ ଉଦାହାରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେବା ହିଁ ଏହି ମହାପୁରୁଷମାନଙ୍କୁ ମହାନ କରିଛି । ମାନବ ସମାଜର ସେବା ହିଁ ସେମାନଙ୍କର ଏକମାତ୍ର ଧର୍ମ ଥିଲା । ସେଥିପାଇଁ ସେମାନେ ସାରା ଜୀବ ଯୁବସୁଲଭ ଉଦ୍ଦୀପନାରେ ମାନବ ସମାଜର ସେବା କରିଚାଲୁଥିଲେ । ସେଥିପାଇଁ ସେମାନଙ୍କ ମୃତ୍ୟୁ ପରେ ମଧ୍ୟ କୋଟି କୋଟି ଲୋକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି ।

ବିଜୁ ଯୁବବାହିନୀ କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ନୂଆପଡା ଜିଲ୍ଲାରୁ ହଜାର ହଜାର ଯୁବକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଥିଲେ । ଏହାପୂର୍ବରୁ ସେ ଝାରସୁଗୁଡାରେ ପ୍ରାୟ 600 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × one =