ଟିପିଏନ୍‌ଓଡିଏଲ୍‌ର ‘ଅନୁଭବ କେନ୍ଦ୍ର’ ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସମସ୍ୟାର ଏକକ ସମାଧାନ ପ୍ରଦାନ କରିବ

ଭୁବନେଶ୍ୱର : ରାଇରଙ୍ଗପୁର ଅଧୀନସ୍ଥ ବାହଲ୍‌ଦାର ଗ୍ରାହକଙ୍କୁ ଉନ୍ନତ ସଂଯୋଗ ଓ ଘର ପାଖରେ ସେବା ପ୍ରଦାନ କରିବାକୁ ନିଶ୍ଚିତ କରିବା ଲାଗି ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ବହଲ୍‌ଦା ଗ୍ରାମ ପଂଚାୟତରେ ଏକ ଅନୁଭବ କେନ୍ଦ୍ର ଉଦ୍‌ଘାଟନ କରାଯାଇଛି । ଏହି ଅନୁଭବ କେନ୍ଦ୍ରକୁ ବାହଲ୍‌ଦା ଗ୍ରାମ ପଂଚାୟତର ସରପଂଚ ଶ୍ରୀ ଲକ୍ଷ୍ମଣ ମୁର୍ମୁ ଉଦ୍‌ଘାଟନ କରିଥିବା ବେଳେ ନିକଟରେ ରାଇରଙ୍ଗପୁରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିନ୍ମୟ ବେହେରା, ରାଇରଙ୍ଗପୁରର ଏସ୍‌ଡିଓ ନଂ-୧ ଶ୍ରୀ ଜେ ସୌଭାଗ୍ୟ ରଶ୍ମୀ, ସେକ୍ସନ୍ ମ୍ୟାନେଜର ଶ୍ରୀ ସୁବାସ ମଲ୍ଲିକ ଓ ଟିପିଏନ୍‌ଓଡିଏଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅନୁଭବ କେନ୍ଦ୍ର ଏକ ଗ୍ରାହକ ସେବା କେନ୍ଦ୍ର ଭଳି କାର୍ଯ୍ୟ କରିବ ଯାହା ଗ୍ରାମାଚଂଳରେ ସେବା ପ୍ରଦାନରେ ଉନ୍ନତି ଆଣିବା ଲାଗି ସ୍ଥାପନ କରାଯାଇଛି ଏବଂ ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଏହା ଏକ ପ୍ରଭାବୀ ସ୍ଥଳ ସାବ୍ୟସ୍ତ ହେବ । ଏହି କେନ୍ଦ୍ର ଉଚ୍ଚ ପ୍ରଶିକ୍ଷିତ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ ଯେଉଁମାନଙ୍କୁ ବିଭିନ୍ନ ପ୍ରକାର ସେବା ଯଥା ବିଲ୍ ସଂଗ୍ରହ, ଡୁପ୍ଲିକେଟ୍ ବିଲ୍ ସୃଷ୍ଟି ଜରିବା, ନୂଆ ସଂଯୋଗ ଅନୁରୋଧର ପରିଚାଳନା, ବିଲ୍ ସଂଶୋଧନର ସମାଧାନ, ମିଟର ସମସ୍ୟା, ଗ୍ରାହକଙ୍କ ଅଭିଯୋଗ ଏବଂ “ମାଇଁ ଟାଟା ପାୱାର ଆପ୍‌’ ଓ ଡିଜିଟାଲ୍ ପେମେଂଟ୍ ସମେତ ଭ୍ରାମ୍ୟମାଣ ମେଡିକାଲ୍ ଭ୍ୟାନ୍ ସେବାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ମୂତୟନ କରାଯାଇଛି । ୨୦୨୨ ଡିସେମ୍ବର ସୁଦ୍ଧା ଟିପିଏନ୍‌ଓଡିଏଲ୍ ପକ୍ଷରୁ ପ୍ରତି ସବ୍‌ଡିଭିଜନ୍‌ରେ ଏଭଳି କେନ୍ଦ୍ର ଖୋଲାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତାହାକୁ ପ୍ରତି ସେକ୍ସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ।

 

“ଉଭୟ ସହରାଚଂଳ ଓ ଗ୍ରାମାଚଂଳ ଗ୍ରାହକମାନେ ଯେଭଳି ନିରବଚ୍ଛିନ୍ନ ଓ ପ୍ରଭାବୀ ଅନୁଭବ କେନ୍ଦ୍ର ପାଖରେ ପହଂଚିପାରିବେ ତାହାକୁ ସୁନିଶ୍ଚିତ କରିବା ଲାଗି ଆମେ ସର୍ବଦା କାର୍ଯ୍ୟ କରୁଛୁ । ଗ୍ରାହକ ସେବା କେନ୍ଦ୍ରକୁ ସମ୍ପ୍ରସାରଣ କରିବା ପ୍ରକ୍ରିୟାରେ ଆମେ ଅଛୁ ଏବଂ ତା’ ସହିତ ବର୍ତମାନର ଭିତିଭୂମିରେ ମଧ୍ୟ ଉନ୍ନତି ଆଣୁଛୁ । ଏକ ଦୃଢ଼ ଗ୍ରାହକ ସନ୍ତୁଷ୍ଟି ଏବଂ ଶେଷ ଦୂରତା ପର୍ଯ୍ୟନ୍ତ ସେବା ପହଂଚାଇବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ଦିଗରେ ଏହା ହେଉଛି ଏକ ପଦକ୍ଷେପ ବୋଲି କଂପାନିର ଅଧିକାରୀ କହିଛନ୍ତି ।’’

 
Share

Leave a Reply

Your email address will not be published. Required fields are marked *

16 − 12 =