Friday, October 30, 2026
Uncategorized

ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଟିପିସିଓଡିଏଲ୍‌ର ଲୋକ ଅଦାଲତ

ଭୁବନେଶ୍ୱର, ୧୧ ଡିସେମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଆସନ୍ତା ୧୩ ଡିସେମ୍ବର ୨୦୨୫ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ସମାଧାନ ଶିବିର ଆୟୋଜିତ ହେବ। ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍‌ସା)ର ଢାଞ୍ଚା ଅନୁଯାୟୀ ଏହି ଶିବିର ଆୟୋଜିତ ହେଉଛି।

ଏହି ଲୋକ ଅଦାଲତ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମସ୍ତ ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏଠାରେ ନିୟୋଜିତ ସ୍ୱତନ୍ତ୍ର ଟିମ୍ ଉପଭୋକ୍ତାମାନଙ୍କୁ ସେମାନଙ୍କର ବକେୟା ଏନଫୋର୍ସମେଣ୍ଟ ମାମଲାଗୁଡ଼ିକର ସମାଧାନ ଏବଂ ବିଦ୍ୟୁତ ବ୍ୟବହାରକୁ ନିୟମିତ କରିବାରେ ସହାୟତା ପ୍ରଦାନ କରିବେ।

ଏଥିପାଇଁ ଯୋଗ୍ୟତା, ଆବଶ୍ୟକ କାଗଜପତ୍ର ଏବଂ ଜିଲ୍ଲାୱାରୀ ବ୍ୟବସ୍ଥା ସମ୍ପର୍କିତ ସୂଚନା କମ୍ପାନୀର ସମସ୍ତ ଡିଭିଜନ, ସବ୍-ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି। ଉପଭୋକ୍ତାମାନେ ଅଧିକ ସହାୟତା ପାଇଁ ସେମାନଙ୍କର ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ।

ବକେୟା ଏନଫୋର୍ସମେଣ୍ଟ ମାମଲା ଥିବା ଉପଭୋକ୍ତାମାନେ ଲୋକ ଅଦାଲତରେ ଯୋଗଦେବା ସହ ଏହି ଏକ ଦିବସୀୟ ସରଳୀକୃତ ସମାଧାନ ପ୍ରକ୍ରିୟାର ସୁଯୋଗ ନେବାକୁ ଟିପିସିଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି।

Share

Leave a Reply

Your email address will not be published. Required fields are marked *

eighteen − 9 =