ଟିପିସିଓଡିଏଲ୍ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ, ସପ୍ତାହବ୍ୟାପୀ ଜାରି ରହିବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଶ୍ୱ ତାପନ, ଜଳବାୟୁ ପରିବର୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଶକ୍ତି ସମ୍ବଳ ସଂରକ୍ଷଣର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଚଳିତ ମାସ ୧୪ ତାରିଖ ରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଶକ୍ତି ସଂରକ୍ଷଣ ଦିବସର ଶୁଭାରମ୍ଭ କରାଯାଇଥିଲା ।
ଏହି ସମାରୋହରେ ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଯାହା ଶକ୍ତି ସଂରକ୍ଷଣ ଲାଗି କଂପାନିର ନେତୃତ୍ୱ ମଣ୍ଡଳୀର ପ୍ରତିବଦ୍ଧତାକୁ ଦର୍ଶାଉଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀ ଶକ୍ତି ସଂରକ୍ଷଣ ଉଦ୍ୟମ ପ୍ରତି ଯୋଗଦାନ କରିବା ଏବଂ କଂପାନି ରେ ଦୀର୍ଘସ୍ଥାୟୀ ଅଭ୍ୟାସର ପ୍ରସାର କରିବା ଲାଗି ଶପଥ ପାଠ କରିଥିଲେ ।
କଂପାନିର ଗ୍ରାହକ ସେବା ଟିମ୍ ତରଫରୁ ଗାଁ ଚାଲ ଏବଂ ବିଭିନ୍ନ ସ୍ଥାନରେ ଆର୍‌ଡବ୍ଲୁଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗ୍ରାହକମାନଙ୍କୁ ସେଥିରେ ସାମିଲ କରାଯାଇଥିଲା । ଚାହିଦା ସମ୍ପର୍କିତ ପରିଚାଳନା କାର୍ଯ୍ୟକ୍ରମ ଉପରେ ସେଥିରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ ନିଜ ଅଭିଭାଷଣରେ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ, “ପୂର୍ବାପେକ୍ଷା ଶକ୍ତି ସଂରକ୍ଷଣ ବେଶ ଜରୁରୀ ହୋଇପଡ଼ିଛି । ଜଳବାୟୁ ପରିବର୍ତନ ଯୋଗୁଁ ଦେଖାଦେଇଥିବା ଆହ୍ୱାନର ମୁକାବିଲା କରିବା ଲାଗି ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସର ପ୍ରସାର କରିବା ଆମ ସମସ୍ତଙ୍କ ସାମଗ୍ରିକ ଦାୟିତ୍ୱ । ଏ କ୍ଷେତ୍ରର ଉଦାହରଣ ହୋଇ ଆଗରେ ରହିବା ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ।’’
ଶକ୍ତି ସଂରକ୍ଷଣ ଅଭିଯାନକୁ ପ୍ରତ୍ୟକ୍ଷ ଭାବେ ପାଳନ କରି ସମାଜରେ ସକାରାତ୍ମକ ପରିବର୍ତନ ଆଣିବା ଲାଗି ଅନୁପ୍ରାଣିତ କରିବାର ପ୍ରତିବଦ୍ଧତାକୁ ଟିପିସିଓଡିଏଲ୍ ଦୋହରାଇଥିଲା ।

Share

Leave a Reply

Your email address will not be published. Required fields are marked *

13 + 5 =