ନୂତନ ବିଦ୍ୟୁତ୍ ସଂଯୋଗ ଗୋଟିଏ ମିସ୍‌ଡ କଲ୍‌ରେ

ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି । ତାହାକୁ ହାସଲ କରିବା ଲାଗି, ନୂଆ ସଂଯୋଗ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟିପିସିଓଡିଏଲ୍‌ର ରହିଛି ଏକ ସରଳ ଓ ବାଧାମୁକ୍ତ ପ୍ରକ୍ରିୟା । ଏହି ସରଳ ପ୍ରକ୍ରିୟାରେ ରହିଛି ଚାରିଟି ସହଜ ସୋପାନ: ପଞ୍ଜୀକରଣ, କାଗଜପତ୍ର ଦାଖଲ, ପେମେଂଟ୍ ଓ ଯାଂଚ ଏବଂ ମିଟର ସ୍ଥାପନ । ସବୁ କିଛି କଂପାନି ଦ୍ୱାରା ପରିଚାଳିତ ହେଉଛି । ନୂଆ ସଂଯୋଗ ପ୍ରକ୍ରିୟାକୁ ଆରମ୍ଭ କରିବା ଲାଗି ଗ୍ରାହକମାନଙ୍କ ପାଖରେ ବିଭିନ୍ନ ସୁବିଧାଜନକ ବିକଳ୍ପ ରହିଛି । ସେମାନେ ଟିପିସିଓଡିଏଲ୍‌ର ଉତ୍ସର୍ଗୀକୃତ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨/୧୯୧୨ରେ କଲ୍ କରିପାରିବେ, ୮୦୯୩୦୦୯୯୯୦ରେ ମିସ୍‌ଡ କଲ୍ କରିପାରିବେ, ୮୦୯୩୦୦୯୯୯୦କୁ “ଘଉପମୋବାଇଲ୍ ନମ୍ବରପନାମ’ ଲେଖି ମେସେଜ୍ ପଠାଇପାରିବେ, ଦ୍ଭରଙ୍ଗମକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞକୁ ବିବରଣୀ (ନାମ, ଠିକଣା, ମୋବାଇଲ୍ ନମ୍ବର) ଦେଇ ଇ-ମେଲ୍ କରିପାରିବେ କିମ୍ବା ମୋବାଇଲ୍ ଓ ଡେସ୍କଟପ୍ ବ୍ୟବହାର କରି ୱେବସାଇଟ୍‌ରେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଜ୍ଞକ୍ଟଭସୟଚ୍ଚଙ୍କଗ୍ଧ.ମକ୍ଟଜ୍ଞ/ଘରଙ୍ଗଉକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭ/ଉକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭ ପରିଦର୍ଶନ କରିପାରିବେ । ପଞ୍ଜୀକରଣ ପରେ କଂପାନି ଅଧିକାରୀମାନଙ୍କଠାରୁ ତ୍ୱରିତ ସହଯୋଗ ଆଶା କରାଯାଇପାରେ ।
କାଗଜପତ୍ର ଦାଖଲ ଓ ପେମେଂଟ୍ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ଚ୍ୟାନେଲ୍ ଓ ମାଧ୍ୟମ ଉପସ୍ଥାପନ କରାଯାଇଛି । ପ୍ରାରମ୍ଭିକ ପଞ୍ଜୀକରଣ ସୋପାନକୁ ଗ୍ରାହକ ଥରେ ସମ୍ପାଦନ କରିବା ପରେ ସେମାନେ ସହଜରେ ଉପଯୋଗୀ କାଗଜପତ୍ର ଦାଖଲ କରିପାରିବେ ଏବଂ କଂପାନି ଏସ୍‌ଏମ୍‌ଏସ୍‌/ ହ୍ୱାଟସ୍‌ଆପ୍‌/ ଇ-ମେଲ୍ ଜରିଆରେ ପଠାଇଥିବା ଲିଙ୍କ୍ ଜରିଆରେ ଅନଲାଇନ୍ ପେମେଂଟ୍ କରିପାରିବେ । ବିକଳ୍ପ ସୁବିଧା ସ୍ୱରୂପ ଗ୍ରାହକମାନ ପ୍ରତ୍ୟକ୍ଷ ଭାବେ କାଗଜପତ୍ର ଦାଖଲ କରିପାରିବେ ଏବଂ ଡିଭିଜନର ନିକଟତମ ଗ୍ରାହକ ସେବା ସେକ୍ସନ ଅଫିସ୍‌ରେ ପେମେଂଟ୍ କରିପାରିବେ ।
“ଟିପିସିଓଡିଏଲ୍ ସର୍ବଦା ଗ୍ରାହକଙ୍କ ସୁବିଧାକୁ ଅଗ୍ରାଧିକାର ଦେଉଛି ଏବଂ ସହଜ ସୋପାନକୁ ଅନୁସରଣ କରି ସ୍ୱଚ୍ଛତାକୁ ସୁଦୃଢ଼ କରୁଛି । ଆମ ସହିତ ଯୋଡ଼ି ହେବା ପ୍ରକ୍ର୍ରିୟାକୁ ଗ୍ରାହକମାନଙ୍କ ନିମନ୍ତେ ସହଜ ଓ ଅଧିକ ସ୍ୱଚ୍ଛ କରିବା ଲାଗି ଏହି ପ୍ରକ୍ରିୟାକୁ ପ୍ରସ୍ତୁତ କରାଯାଇଛି । ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭବ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏହି ନୂଆ ପ୍ରକ୍ର୍ରିୟା ମଧ୍ୟସ୍ଥିଙ୍କ ଆବଶ୍ୟକତାକୁ ଦୂର କରିବ ଓ ଆମ ସହିତ ସିଧାସଳଖ ଗ୍ରାହକଙ୍କୁ ଯୋଡ଼ିପାରିବ । ଆମର ବିଶ୍ୱାସ ରହିଛି ଯେ ଏହା ଆମ ଗ୍ରାହକମାନଙ୍କ ଲାଗି ଅଧିକ ପ୍ରଭାବୀ ଓ ସୁଲଭ ଅନୁଭବ ହେବ ବୋଲି କହିଛନ୍ତି ”ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ସେନବାଗମ ।’’

Share

Leave a Reply

Your email address will not be published. Required fields are marked *

fourteen − six =