ଶାଶୁଘର ନିର୍ଯାତନା ସହି ନପାରି ଡାକ୍ତର ମହିଳାଙ୍କ ଆତ୍ମହତ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଛନ୍ତି  ବିବାହିତା ମହିଳା ଡାକ୍ତର। ଗଞ୍ଜାମର ଡାକ୍ତର ଅର୍ଚ୍ଚନା ଦାସ, ସ୍ୱାମୀ ଓ ଶାଶୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ବାପା ରଘୁନାଥ। ପୋଲିସ୍ ମୃତଦେହ ଜବତ କରିବା ସହ ଅଭିଯୋଗର ଖୋଳତାଡ଼ ଆରମ୍ଭ କରିଛି।ଆଜି ପୂର୍ବାହ୍ନରେ ରେଳ ଲାଇନ୍‌ ଉପରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ପରେ ଏହା ଅର୍ଚ୍ଚନାଙ୍କ ଶବ ବୋଲି ଜଣା ପଡ଼ିଥିଲା।୫ ବର୍ଷ ତଳେ ଅର୍ଚ୍ଚନା ଡାକ୍ତର ଅଞ୍ଜନ ଦାସଙ୍କୁ ବିବାହ କରିଥିଲେ। ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲରେ ଦୁହେଁ କାର୍ଯ୍ୟରତ ଥିଲେ। ର୍ଚ୍ଚନାଙ୍କ ବାପା ରଘୁନାଥ ତାଙ୍କ ଝିଅକୁ ନିର୍ଯାତନା ଦିଆଯାଉଥିଲା ଅଭିଯୋଗ କରିଛନ୍ତି  । ସ୍ୱାମୀ ଅଞ୍ଜନ ଓ କିଛିଦିନ ତଳେ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ। ତେବେ ଏଥିରେ ଲେଖାଥିବା କପୋଳକଳ୍ପିତ ଅଭିଯୋଗକୁ ଦେଖି ଅର୍ଚ୍ଚନା ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିଲେ ବୋଲି କହିଛନ୍ତି ରଘୁନାଥ।

Share

Leave a Reply

Your email address will not be published. Required fields are marked *

8 + 15 =