ଅଭିବୃଦ୍ଧି (-) ୪.୯୨ ପ୍ରତିଶତ

ଭୁବନେଶ୍ବର () କୋଭିଡ ମହାମାରି ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ରାଜ୍ୟ ଅର୍ଥନୀତି । ଏହାଦ୍ବାରା ଅଭିବୃଦ୍ଧି ମଧ୍ୟ ସଙ୍କୁଚିତ ହେବ ବୋଲି ଆକଳନ କରାଯାଇଛି । ୨୦୨୦-୨୧ରେ ଅଭିବୃଦ୍ଧି ହାର ମାଇନସ ୪.୯୨% ହେବ ଆକଳନ କରାଯାଉଛି । ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ମାଇନସ ୭.୭ ପ୍ରତିଶତ ହେବା ଆକଳନ କରାଯାଇଛି । ୨୦୧୯-୨୦ରେ ଅଭିବୃଦ୍ଧି ହାର ୫.୨୧ ପ୍ରତିଶତ ଥିଲା ।

କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ୨୦୨୦-୨୧ରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୬.୫୪% ଆକଳନ କରାଯାଇଛି । ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ହାର ୮.୮୩% ହେବା ଆକଳନ କରାଯାଇଛି । ମୁଣ୍ଡପିଛା ଆୟରେ ୨.୩୦% ହ୍ରାସ ପାଇଛି । ଜାତୀୟସ୍ତରରେ ମୁଣ୍ଡପିଛା ଆୟ ୫.୪୧% ହ୍ରାସ ପାଇଛି । ୨୦୨୦ରେ ମୁଦ୍ରାସ୍ଫୀତି ହାର ୮.୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ସହରାଞ୍ଚଳଠାରୁ ଅଧିକ ରହିଛି । ୨୦୨୦ କୃଷିନୀତି ଓ ମତ୍ସ୍ୟନୀତି ଯୋଗୁଁ ଗ୍ରାମ୍ୟ ଅର୍ଥନୀତିରେ ସୁଧାର ଆସିଛି । ୨୦୧୯-୨୦ରେ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ୨୦% ବୃଦ୍ଧି ହୋଇଛି । ସମସ୍ତଙ୍କୁ ବିଦ୍ୟୁତ ସେବା ଯୋଗାଇଦେବାକୁ ମିଶନ ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଶତ ପ୍ରତିଶତ ଗାଁ ବିଦ୍ୟୁତକରଣ ହୋଇଛି ।

ଜାଗା ମିଶନ ପାଇଁ ଓଡ଼ିଶାକୁ ବିଶ୍ୱ ହାବିଟାଟ ପୁରସ୍କାର ମିଳିଛି । ସହରାଞ୍ଚଳ ଗରିବଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିଛି । କୋଭିଡ ଯୋଗୁଁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା କମିଛି । ସାମାଜିକ କ୍ଷେତ୍ର ପାଇଁ ସର୍ବାଧିକ ବ୍ୟୟବରାଦ ହୋଇଛି । ୨୦୨୦-୨୧ରେ ସାମାଜିକ କ୍ଷେତ୍ର ପାଇଁ ୪୧.୨% ବ୍ୟୟ ଆକଳନ ହୋଇଛି । ଶିଶୁ ମୃତ୍ୟୁହାର ରୋକିବାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ପାଲଟିଛି । ମାତୃ ମୃତ୍ୟୁହାର ୩୦୩ରୁ ୧୫୦କୁ ହ୍ରାସ ପାଇଛି । ପୁଷ୍ଟିକର ଖାଦ୍ୟ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟର ସବୁ କଚ୍ଚା ଘର ପକ୍କା ହେବ । ସବେ ସୁଦ୍ଧା ୨୫ଲକ୍ଷ ୭୦ହଜାର ୧୭୪ ଘର ନିର୍ମାଣ ସରିଛି । ୨୦୧୯-୨୦ରେ ୩ଲକ୍ଷ ୯୪ହଜାର ୨୧୨ ଘର ନିର୍ମାଣ ସରିଛି । MSME କ୍ଷେତ୍ରରେ ପୁଞ୍ଜିନିବେଶ ଉତ୍ସାହଜନକ ରହିଛି । ସମସ୍ତଙ୍କୁ ବିଦ୍ୟୁତ ସେବା ଯୋଗାଇଦେବାକୁ ମିଶନ ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଶତ ପ୍ରତିଶତ ଗାଁ ବିଦ୍ୟୁତକରଣ ହୋଇଛି । ଜାଗା ମିଶନ ପାଇଁ ଓଡ଼ିଶାକୁ ବିଶ୍ୱ ହାବିଟାଟ ପୁରସ୍କାର ମିଳିଛି  । ସହରାଞ୍ଚଳ ଗରିବଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିଛି । କୋଭିଡ ଯୋଗୁଁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା କମିଛି  । ସାମାଜିକ କ୍ଷେତ୍ର ପାଇଁ ସର୍ବାଧିକ ବ୍ୟୟବରାଦ । ୨୦୨୦-୨୧ରେ ସାମାଜିକ କ୍ଷେତ୍ର ପାଇଁ ୪୧.୨% ବ୍ୟୟ ଆକଳନ କରାଯାଇଛି ।

ଶିଶୁ ମୃତ୍ୟୁହାର ରୋକିବାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି । ମାତୃ ମୃତ୍ୟୁହାର ୩୦୩ରୁ ୧୫୦କୁ ହ୍ରାସ ପାଇଛି । ପୁଷ୍ଟିକର ଖାଦ୍ୟ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ୨୦୧୯-୨୦ରେ ଡ୍ରପ୍ ଆଉଟ୍ ହାର ୧.୫୫%କୁ ହ୍ରାସ ପାଇଛି । ୨୦୧୮-୧୯ରେ ଡ୍ରପ୍ ଆଉଟ୍ ହାର ଥିଲା ୫.୪୨%  । ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦିଆଯାଇଛି । ମିଶନ ଶକ୍ତିରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ
ଗତ ୬ବର୍ଷ ଧରି ୨.୫% ହାରରେ ରାଜସ୍ୱ ବଳକା ହେଉଛି । ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ଓଡ଼ିଶା ଏକମାତ୍ର ରାଜ୍ୟ ଏହା ମାନବ ସମାଜ ଓ ଅର୍ଥନୀତିକୁ ପ୍ରଭାବିତ କରୁଛି  । ପ୍ରତିବର୍ଷ ମରୁଡ଼ି, ବାତ୍ୟା, ବନ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା  । କୋଭିଡ ମୁକାବିଲାରେ ଓଡ଼ିଶା ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । 

Share

Leave a Reply

Your email address will not be published. Required fields are marked *

3 × five =