୪ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ୍, ମେ’ ୨ରେ ଫଳାଫଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା। ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆଜି ଏନେଇ ପ୍ରେସମିଟ୍ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ପୂର୍ବରୁ କୋଭିଡ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା | ସେ କହିଛନ୍ତି: “କୋଭିଡ ଯୋଦ୍ଧା, ଡାକ୍ତର, ପାରାମେଡିକ୍ସ, ନର୍ସ, ଗବେଷକ, ବୈଜ୍ଞାନିକ ଏବଂ ସମସ୍ତ ଆଗ ଧାଡ଼ିର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର |

କରୋନାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଭୋଟରଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ | ନିର୍ବାଚନ ସମୟରେ କରୋନା ନିର୍ଦ୍ଦେଶାବଳୀ ପାଳନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଟରଙ୍କୁ ସୁରକ୍ଷିତ ଏବଂ ସଚେତନ ରଖିବା ଆମ ପାଇଁ ସବୁଠୁ ବଡ କାମ। ଆମେ କରୋନା ରାଉଣ୍ଡରେ ରାଜ୍ୟସଭାର ୧୮ ଟି ଆସନ ପାଇଁ ନିର୍ବାଚନ ଆରମ୍ଭ କରିଛୁ। ତା’ପରେ ବିହାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହି ପାଞ୍ଚଟି ବିଧାନସଭା ନିର୍ବାଚନ ଅଧିକ ଆହ୍ୱାନପୂର୍ଣ୍ଣ ଅଟେ। ତେବେ କମିଶନଙ୍କ ସୂଚନା ମୁତାବକ, ଏହି ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମୋଟ ୮୨୪ ବିଧାନସଭା କ୍ଷେତ୍ରରୁ ମତଦାନ ଗ୍ରହଣ କରାଯିବ ।

  • ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ମାର୍ଚ୍ଚ ୨୭ରୁ ବିଧାନସଭା ପାଇଁ ଭୋଟ୍ ପଡିବ । ୮ଟି ପର୍ଯ୍ୟାୟ ଭୋଟ୍ ଶେଷ ହେବା ପରେ ମେ ୨ ତାରିଖରେ ଭୋଟ୍ କାଉଟିଂ ହୋଇ ଫଳାଫଳ ଘୋଷଣା ହେବ ।
  • ଆସାମରେ ମୋଟ ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ମାର୍ଚ୍ଚ ୨ ତାରିଖରେ | ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୯ ତାରିଖରେ ହେବ | ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ମାର୍ଚ୍ଚ ୧୦ ତାରିଖ ଏବଂ ନାମାଙ୍କନ ପ୍ରତ୍ୟାହାର ୧୨ ମାର୍ଚ୍ଚ ତାରିଖରେ ହେବ |
  • ସେହିଭଳି କେରଳରେ ଏଥର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ କେରଳବାସୀ ବିଧାନ ନିର୍ବାଚନ ପାଇଁ ଭୋଟ୍ ଦେବେ । ଯାହାର ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।
  • କେରଳ ପରି ତାମିଲନାଡୁରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ ତାମିନଲାଡୁର ଭୋଟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବେ । ଏହାର ଫଳାଫଳ ମଧ୍ୟ ସେହି ମେ ୨ ତାରିଖରେ ଘୋଷଣା ହେବ ।
  • ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଇଲେକ୍ସନ ଅନୁଷ୍ଠିତ ହେବ । କେରଳ ଏବଂ ଆସାମ ଭଳି ଏପ୍ରିଲ ୬ ତାରିଖରେ ଏଥିପାଇଁ ଭୋଟିଂ ହେବ । ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।


ପଶ୍ଚିମବଙ୍ଗରେ ୨୯୪ ଟି ଆସନ, ତାମିଲନାଡୁରେ ୨୩୪ ଟି ଆସନ, କେରଳରେ ୧୪୦ ଟି ସିଟ୍, ଆସାମରେ ୧୨୬ ଟି ଆସନ ଏବଂ ପୁଡୁଚେରୀରେ ୩୦ ଟି ଆସନ ପାଇଁ ମତଦାନ ହେବ। ଭୋଟ୍ ବେଳେ କଡାକଡି ଭାବେ ପାଳନ ହେବ କୋଭିଡ୍‌ ଗାଇଡ୍‌ଲାଇନ୍‌ । ସମ୍ବେଦନଶୀଳ ବୁଥ୍‌ଗୁଡିକରେ ସିସିଟିଭି ଲଗାଯିବ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀଙ୍କୁ ଭ୍ୟାକ୍‌ସିନ୍‌ ଦିଆଯିବ । ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିବେ । ଭୋଟରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟି ରୁ ମତଦାନ କେନ୍ଦ୍ର ଗୁଡିକରେ CRPF ଯବାନ ମୁତୟନ ହେବେ ।

ପଶ୍ଚିମବଙ୍ଗର ମୋଟ୍‌ ୨୯୪, ତାମିଲନାଡୁର ୨୩୨, କେରଳର ୧୪୦, ଆସାମର ୧୨୬ ଏବଂ କେନ୍ଦ୍ରଶାସୀତ ଅଞ୍ଚଳ ପୁଡୁଚେରୀରେ ମୋଟ୍‌ ୩୦ଟି ସିଟ୍‌ ପାଇଁ ହେବ ନିର୍ବାଚନ । ମୋଟ ୮୨୪ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨.୭ ଲକ୍ଷ ବୁଥ୍‌ରେ ଭୋଟ୍‌ ଦେବେ ମୋଟ୍‌ ୧୮ କୋଟିରୁ ଅଧିକ ମତଦାତା ।

Share

Leave a Reply

Your email address will not be published. Required fields are marked *

17 − five =