ଟିପିସିଓଡିଏଲ୍ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

 ସପ୍ତାହର ବିଷୟବସ୍ତୁ ‘ବିଦ୍ୟୁତ ସୁରକ୍ଷା, ସାଲିସ କରନାହିଁ, ଚତୁର ହୁଅ’
ଭୁବନେଶ୍ୱର: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିୁଓଡିଏଲ୍‌) ପକ୍ଷରୁ ଜୁନ୍ ୨୬ରୁ କେନ୍ଦ୍ରୀୟ ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ ଓ ପାରାଦୀପରେ ଥିବା ଏହାର ସମସ୍ତ କାର୍ଯ୍ୟାଳୟ ଓ ପ୍ରମୁଖ ଡିଭିଜନ (ମଣ୍ଡଳ)ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ବେଳେ ତାହା ୨୦୨୩ ଜୁଲାଇ ୨ ପର୍ଯ୍ୟନ୍ତ ଜାରି ରହିବ ।
“ବିଦ୍ୟୁତ ସୁରକ୍ଷା, ସାଲିସ କରନାହିଁ, ଚତୁର ହୁଅ’ ବିଷୟବସ୍ତୁ ଉପରେ ଆଧାରିତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁରକ୍ଷା ଓ ଶୂନ୍ୟ ଆଘାତର ଏକ ସଂସ୍କୃତି ପ୍ରସାର କରିବା ।

କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀ ଓ ବିଜନେସ୍ ଆସୋସିଏଟ୍‌ମାନଙ୍କୁ ସୁରକ୍ଷା ଅଧିବେଶନ ଓ ତାଲିମ ଜରିଆରେ ସର୍ବଦା ନିଶ୍ଚିତ ରୂପେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଲାଗି ସଚେତନ କରାଯାଉଛି ।
ସୁରକ୍ଷାକୁ ଜୀବନଶୈଳୀରେ ପରିଣତ କରିବା ଏବଂ କର୍ମ କ୍ଷେତ୍ରରେ ସୁରକ୍ଷା ଅଭ୍ୟାସକୁ ସମନ୍ୱିତ କରିବା ପ୍ରତି କର୍ମଚାରୀଙ୍କ ପ୍ରତିବଦ୍ଧତା ସ୍ୱରୂପ ଏହି ସପ୍ତାହ ପାଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

ten + seventeen =