ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପୂର୍ବ ଭାରତରେ ୮ ନିୟୁତରୁ ଅଧିକ ଗ୍ରାହକ ସୃଷ୍ଟି ସହ ନୂତନ ମାଇଲଖୁଣ୍ଟ ସ୍ଥାପନ

ଭୁବନେଶ୍ୱର: ଦେଶର ଦୁଇ ଚକିଆ ଯାନର ଅଗ୍ରଣୀ ଉତ୍ପାଦକ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଆଜି ପୂର୍ବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । କ୍ରମାଗତ ଭାବରେ ବ୍ୟବସାୟୀକ ବିସ୍ତାର ମାଧ୍ୟମରେ ଏଚଏମଏସଆଇ ପୂର୍ବ ଭାରତରେ ୮ ନିୟୁତ ୟୁନିଟ୍ ବିକ୍ରୟ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଏବଂ ଏହି ଅଞ୍ଚଳର ଦୁଇ ଚକିଆ ଗ୍ରାହକଙ୍କ ପାଇଁ ପସନ୍ଦଯୋଗ୍ୟ ଭାବରେ ନିଜକୁ ପୁନଃ ପ୍ରମାଣିତ କରିଛି ।

ଏହି ସଫଳତା ପୂର୍ବାଞ୍ଚଳର ଗ୍ରାହକଙ୍କୁ (ଯାହା ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଉତ୍ତର-ପୂର୍ବ ଭାରତ ଭଳି ରାଜ୍ୟକୁ ନେଇ ଗଠିତ) ଉଚ୍ଚ-ଗୁଣାତ୍ମକ, ଅଭିନବ ଏବଂ ନିର୍ଭରଯୋଗ୍ୟ ଦୁଇ ଚକିଆ ଯାନ ଯୋଗାଇବା ଏଚଏମଏସଆଇ ର ପ୍ରତିବଦ୍ଧତାକୁ ସୂଚିତ କରୁଛି । ଏଚଏମଏସଆଇ କାର୍ଯ୍ୟଦକ୍ଷତା, ପ୍ରଯୁକ୍ତି ଏବଂ ସ୍ଥାୟୀତ୍ୱ ସହିତ ଉତ୍ପାଦଗୁଡିକର ଏକ ବିବିଧ ବର୍ଗ ଓ ଏହି ଅଞ୍ଚଳରେ ଗ୍ରାହକଙ୍କ ଅନନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଗମେଣ୍ଟ ଅନୁଯାୟୀ, ସମକକ୍ଷ ବ୍ରାଣ୍ଡ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ପୂର୍ବ ଅଞ୍ଚଳରେ ବିକ୍ରି ହୋଇଥିବା ମୋଟ ୮ ନିୟୁତ ୟୁନିଟ୍ ମଧ୍ୟରୁ ଏଚଏମଏସଆଇ ଓଡିଶା ରେ ୧.୮୭ ନିୟୁତ ଦୁଇ ଚକିଆ ଯାନ ବିକ୍ରି କରିଛି ।

ଏହି ସଫଳତା ଉପରେ ମନ୍ତବ୍ୟ ଦେଇ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ, ବିକ୍ରୟ ଏବଂ ମାର୍କେଟିଂ ଶ୍ରୀ ଯୋଗେଶ ମଥୁର କହିଛନ୍ତି, “ପୂର୍ବ ଅଞ୍ଚଳରେ ୮ ନିୟୁତ ବିକ୍ରିର ମାଇଲଖୁଣ୍ଟ ହାସଲ, ଗ୍ରାହକମାନେ ହୋଣ୍ଡାରେ ରଖିଥିବା ବିଶ୍ୱାସ ଓ ଆଦରର ପ୍ରମାଣ । । ଆମ ଉପରେ କ୍ରମାଗତ ବିଶ୍ୱାସ ପାଇଁ ଆମେ ଆମର ଗ୍ରାହକ ଏବଂ ଡିଲର ଅଂଶୀଦାରମାନଙ୍କ ନିକଟରେ କୃତଜ୍ଞ । କ୍ରମାଗତ ଭାବେ ନୂତନ ଉଦ୍ଭାବନ, ଗ୍ରାହକ-କେନ୍ଦ୍ରିକ ପଦକ୍ଷେପ ଏବଂ ଉତ୍କର୍ଷର ନିରନ୍ତର ଅନୁସରଣ ମାଧ୍ୟମରେ, ଏଚଏମଏସଆଇ ଗ୍ରାହକଙ୍କ ଆଶାଠାରୁ ଅଧିକ ଏବଂ ବିଶେଷତଃ ପୂର୍ବ ଅଞ୍ଚଳରେ ଦୁଇ ଚକିଆ ଶିଳ୍ପର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । ”

ଗ୍ରାହକଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଚଏମଏସଆଇ ପୂର୍ବାଞ୍ଚଳର ଦୁଇ ଚକିଆ ଯାନ ବଜାରରେ (ଉଭୟ ସ୍କୁଟର ଏବଂ ମୋଟରସାଇକେଲ୍ ଅନ୍ତର୍ଭୂକ୍ତ କରି) ସାମଗ୍ରିକ ୨୪.୨% ଭାଗିଦାରୀ ରହିଛି । ‘ଏସପି୧୨୫’ ଏବଂ ‘ଆକ୍ଟିଭା’ ଏହି ଅଞ୍ଚଳରେ ହୋଣ୍ଡାର ସର୍ବାଧିକ ବିକ୍ରି ହେଉଥିବା ଉତ୍ପାଦ ଭାବରେ ରହିଛି । ଆହୁରି ମଧ୍ୟ, ଦ୍ରୁତ ସହରୀକରଣ ଏବଂ ବୈଷୟିକ ଜ୍ଞାନକୌଶଳ କାରଣରୁ ଗତ ୫ ବର୍ଷ ମଧ୍ୟରେ ‘ଏସପି୧୨୫’ ର ବିକ୍ରି ଦ୍ୱିଗୁଣିତ ହୋଇଛି । ଯାନବାହାନର ଅନଲାଇନ୍ ବୁକିଂ ଦିଗରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏଚଏମଏସଆଇ ଏହାର ଡିଜିଟାଲ ମାର୍କେଟିଂ ପ୍ରକ୍ରିୟାକୁ ମଧ୍ୟ ଉନ୍ନତ ଓ ତ୍ୱରାନ୍ୱିତ କରିଛି ।

ପୂର୍ବାଞ୍ଚଳରେ ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ୧୧୦୦ ରୁ ଅଧିକ ଟଚ୍ ପଏଣ୍ଟର ବିସ୍ତୃତ ନେଟୱାର୍କ ସହିତ ଦୃଢ ଉପସ୍ଥିତି ବଜାୟ ରଖିଛି । ହୋଣ୍ଡାର ବିଭିନ୍ନ ପ୍ରକାରର ସ୍କୁଟର ଯାହାକି ‘ଆକ୍ଟିଭା ପ୍ଲସ ସ୍ପେସିଆଲ୍ ଏଡିସନ୍‌’, ‘ଡିଓ’, ‘ଆକ୍ଟିଭା ୧୨୫’ ଏବଂ ‘ଡିଓ ୧୨୫ ପ୍ଲସ ରେପସୋଲ୍ ଏଡ଼ିଶନ’, ସେହିଭଳି ମୋଟରସାଇକେଲ ବର୍ଗରେ ‘ସାଇନ ୧୦୦’, ‘ସିଡି ୧୧୦ ଡ୍ରିମ୍ ଡିଲକ୍ସ’, ‘ଲିଭୋ’, ‘ସାଇନ୍ ୧୨୫’, ‘ଏସପି୧୨୫ ପ୍ଲସ ସ୍ପୋର୍ଟସ୍‌’ ଭଳି ମୋଟରସାଇକେଲ୍କୁ ନେଇ ଗଠିତ ହୋଇଛି ଯାହା ଗ୍ରାହକଙ୍କୁ ଚାଳନାର ଉତ୍ତମ ଆନନ୍ଦ ପ୍ରଦାନ ହେଉଛି ।

ଏକକାଳୀନ, ହୋଣ୍ଡାର ପ୍ରିମିୟମ୍ ମୋଟରସାଇକେଲ୍ ଟପ୍ ମେଟ୍ରୋରେ ବିଗ୍ ୱିଙ୍ଗ୍ ଟପ୍ ଲାଇନ୍ ରେ (୩୦୦ସିସି – ୧୮୦୦ସିସି) ଏବଂ ବିଗ୍ ୱିଙ୍ଗ୍ (୩୦୦ସିସି – ୫୦୦ସିସି) ମଧ୍ୟମ ଆକାରର ମୋଟରସାଇକେଲ୍ ମାଧ୍ୟମରେ ଉପଲବ୍ଧ । କମ୍ପାନୀର ବିଗ୍ ୱିଙ୍ଗ୍ ଉତ୍ପାଦ ପରିସର ମଧ୍ୟରେ ସିବି୩୦୦ଏଫ, ସିବି୩୦୦ଆର, ସିବି୩୫୦, ହେରନ୍ସ ସିବି୩୫୦, ସିବି୩୫୦ଆରଏସ୍‌, ଏନଏକ୍ସ୫୦୦, ଏକ୍ସଏଲ୭୫୦ ଟ୍ରାନ୍ସଲପ, ଆଫ୍ରିକା ଟ୍ୱିନ୍ ଏବଂ ଗୋଲ୍ଡ ୱିଙ୍ଗ ଟୁର୍ ଅନ୍ତର୍ଭୁକ୍ତ ।

Share

Leave a Reply

Your email address will not be published. Required fields are marked *

2 × four =