ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୧୧କୋଟି ୫୨ଲକ୍ଷ ଦାନ

ଭୁବନେଶ୍ୱର (): ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ସୋମବାର ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । ଗୁଜୁରାଟ ସରକାରଙ୍କ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଗୁଜୁରାଟ ସରକାରଙ୍କ ଶିକ୍ଷା, ବେସାମରିକ ବିମାନ ଚଳାଚଳ ଓ ଆଇନ ମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୂଡ଼ାସାମା ଏବଂ ରାଜକୋଟ ମୁନିସିପାଲ କମିଶନର ବାଞ୍ଛାନିଧି ପାଣି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି ।

ଏହାସହିତ ନାଫେଡ ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଚଢ଼ା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହାସହିତ ଆର୍.ପି ସାଓ ମାଇନ୍ସ ପକ୍ଷରୁ ୨ କୋଟି, ରାମକୋ ସିମେଣ୍ଟ ପକ୍ଷରୁ ୨ କୋଟି ଟଙ୍କା, ମେସ୍କୋ ଷ୍ଟିଲ୍ ପକ୍ଷରୁ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଆଜି ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ବ୍ୟକ୍ତିବିଶେଷମାନେ ହେଲେ ଏସ୍ଏମ୍ସି ପାୱାର ଜେନେରେସନ ଲିମିଟେଡ ୨୦ ଲକ୍ଷ, ଅଭିସେକ କନଟେକ୍ ୧୦ଲକ୍ଷ ଟଙ୍କା, ୟୋଗଦା ସତସଙ୍ଗ ପକ୍ଷରୁ ସ୍ୱାମୀ ସ୍ମରଣାନନ୍ଦ ଗିରି ୧୫ଲକ୍ଷ, କଳିଙ୍ଗ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ମଂଚ ୧୦ହଜାର ଟଙ୍କା, ଉକ୍ରଳ କୋଅପରେଟିଭ ବ୍ୟାଙ୍କ ୧୦ ଲକ୍ଷ, ଡଃ ସମ୍ବିତ ଦାସ ୧ଲକ୍ଷ, ବାଚସ୍ପତି ପ୍ରଦୀପ କୁମାର ଅମାତ ୮୧ ହଜାର ଟଙ୍କା, ମନ୍ତ୍ରୀ ଅନନ୍ତ ଦାସ ୧ଲକ୍ଷ, ଡଃ ମାନସ ରଞ୍ଜନ ସାହୁ(ଏମ୍ସ) ୨,୦୯,୯୭୯ ଟଙ୍କା, ବିଧାୟକ ଅତନୁ ସବ୍ୟସାଚୀ ୧ଲକ୍ଷ, ଲତିକା ପ୍ରଧାନ ୫୦ ହଜାର, ବେଗୁନିଆପଡ଼ା ପଞ୍ଚାୟତ ସମିତି ୧.୫ ଲକ୍ଷ, କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ୧.୦୧ ଲକ୍ଷ, ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ୫୦ ହଜାର, କାଞ୍ଚନ ଫାଉଣ୍ଡେସନ ୧୦ହଜାର, ଡ. ପ୍ରକାଶ ପଟ୍ଟନାୟକ ୫୦ହଜାର, ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ, ଓଡ଼ିଶା ବ୍ରାଞ୍ଚ ୧ଲକ୍ଷ, ବିଧାୟକ ଅଶ୍ୱିନୀ ପାତ୍ର ୧ଲକ୍ଷ, ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଶିବ ବିଶ୍ୱାଳ ଓ ବିରୁପାକ୍ଷ ତ୍ରିପାଠୀ ୧ଲକ୍ଷ, ଭୁବନେଶ୍ୱରର ଦୁଇ ବାଳକ ବାଳିକା ୫୧୦୦ଟଙ୍କା, ଓଡ଼ିଶା ସଚିବାଳୟ ସେବା ସଂଘ ୧ଲକ୍ଷ, ପୂର୍ବତନ ପ୍ରମୁଖ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ତାଙ୍କର ୬ମାସର ପେନସନ ପରିମାଣ ୩.୫୪ ଲକ୍ଷ, ଓଡ଼ିଶା ଭାସ୍କର ପକ୍ଷରୁ କୌସ୍ତୁଭ ଦାସ ୫୦ ହଜାର, ଓଡ଼ିଶା ଏଜୁକେସନ ସଭିସ୍ ସ୍କୁଲ ବ୍ରାଞ୍ଚ ଆସୋସିଏସନ ୨ଲକ୍ଷ, କଟକ ସରସ୍ୱତୀ ସାଇନ୍ସ କଲେଜ ୫୦ ହଜାର, ପ୍ରେସିଡେଣ୍ଟ ଭେଟେରାନ୍ସ କ୍ଲବ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × 2 =