ମୋଦିଙ୍କ ଇଣ୍ଟରଭ୍ୟୁର ସତ୍ୟତା

ଦିଲ୍ଲୀ ()  ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟରଭ୍ୟୁ ଦେବାରେ ବ୍ୟସ୍ତ ଅଛନ୍ତି । ମୋଦି ମେ ୧୧ ତାରିଖରେ ନ୍ୟୁଜ ଚ୍ୟାନେଲ News Nation କି ଏକ ଇଣ୍ଟରଭ୍ୟୁ ଦେଇଥିଲେ । ମୋଦିଙ୍କ ଇଣ୍ଟରଭ୍ୟୁ ସାମ୍ବାଦିକ ଦୀପକ ଚୌରସିୟା ନେଇଥିଲେ । ଇଣ୍ଟରଭ୍ୟୁରେ ମୋଦି ଏମିତି କିଛି ବୟାନ ଦେଇଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ।

ସାମ୍ବାଦିକ ଦୀପକ ଚୌରସିୟା ଇଣ୍ଟରଭ୍ୟୁରେ ମୋଦିଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଗତ ୫ ବର୍ଷ ମଧ୍ୟରେ କୌଣସି କବିତା ଲେଖିଛନ୍ତି କି ? ଉତ୍ତରରେ ମୋଦି କହିଥିଲେ ଯେ, ସେ ସେହିଦିନ ଅର୍ଥାତ ମେ ୧୧ ତାରିଖ ଦିନ ହିଁ ଗୋଟିଏ କବିତା ଲେଖିଛନ୍ତି । ନିଜ ସହଯୋଗୀଙ୍କୁ ଫାଇଲ ମାଗି ସେ କବିତାଟି ପଢିଥିଲେ । କବିତା ପଢୁଥିବାବେଳେ କ୍ୟାମେରା ମୋଦିଙ୍କ କବିତା ଉପରେ ଫୋକସ କରିଥିଲା । ମୋଦିଙ୍କୁ ପଚରା ଯାଇଥିବା ପ୍ରଶ୍ନ ମଧ୍ୟ ସେହି କାଗଜରେ ଲେଖାହୋଇଥିବା କ୍ୟାମେରାରେ ଦେଖିବାକୁ ମିଳିଥିଲା । ଯାହାଫଳରେ ମୋଦିଙ୍କ ଉପରେ ଆରୋପ ଲଗାଯାଇଛି ଯେ, ମୋଦିଙ୍କୁ ପୂର୍ବରୁ ନିର୍ଦ୍ଧାରିତ ପ୍ରଶ୍ନ ପଚରା ଯାଇଥିଲା । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

four × one =