ଲତିକା ପ୍ରଧାନଙ୍କୁ ଶୁଭେଚ୍ଛା

ଗଞ୍ଜାମ: ରାଜ୍ୟ ମହିଳା ବିଜେଡିର ଉପଦେଷ୍ଟା ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ଏହି ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ତାଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ମୁମ୍ବାଇ ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର କ୍ଵାଟରରେ ବିଧାୟିକା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ମୁମ୍ବାଇ ଓଡ଼ିଆ ସ୍କୁଲର ଉପସଭାପତି ସୂର୍ଯ୍ୟ ନାରାୟଣ ଗୌଡଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଧାୟିକାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ପ୍ରତି ପଞ୍ଚାୟତରେ ‘ମୋ ଗାଁ ମୋର ଦାୟିତ୍ୱ ‘ଏକ କାର୍ଯ୍ୟକ୍ରମ ଯୁବପିଢ଼ି ହାତକୁ ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରେ ଗରୀବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢିବା ପାଇଁ ସମସ୍ତ ସାହାଯ୍ୟ ପ୍ରବାସୀ ଓଡ଼ିଆ ଙ୍କ ଅର୍ଥଦାନରେ କରାଯିବ। ପ୍ରଦୀପ କୁମାର ସାହୁ, ନିରଞ୍ଜନ ପାଣ୍ଡି,କାହ୍ନୁ ନାହାକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

seven + twenty =