ରେକର୍ଡ ଭାଙ୍ଗିଲା ଶୀତ

ଭୁବନେଶ୍ୱର ()  ରାଜ୍ୟରେ ପ୍ରବଳ ହୋଇଛି ଶୀତ ଲହରୀ । ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସୋନପୁର ସହରେ ସର୍ବନିମ୍ନ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ଦୁଇ ଦିନଯାଏଁ ଶୀତ ଶୀତ ଲହରୀ ଜାରି ରହିବ ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳେ ବରଫ ଜମିଥିବା ଦେଖିବାକୁ ମିଳିଛି । ଏସବୁ ସ୍ଥାନରେ ତାପମାତ୍ରା ୩ଡିଗ୍ରୀ ତଳକୁ ଖସି ଆସିଛି । ବଡବିଲର କିଛି ସ୍ଥାନରେ ବରଫ ପଡିଛି । ସୁନ୍ଦରଗଡର କୋଇଡା ଓ ଟେନସା, ଝାରସୁଗୁଡାର ଲଇକେରା ସହ ବରଗଡ ଜିଲ୍ଲା ପଦ୍ମପୁରରେ ଅଞ୍ଚଳରେ ମଧ୍ୟ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଆଗକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ମଧ୍ୟ ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

8 − 4 =