ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

ନବରଙ୍ଗପୁର: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ନେଲା ସ୍ତ୍ରୀର ଜୀବନ । ନବରଙ୍ଗପୁର ଜିଲ୍ଲା ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉମରଗାଁ ଗ୍ରାମର ବନମାଳୀ ଭତ୍ରା ଏବଂ ତାଙ୍କ ସ୍ତ୍ରୀ ବୁଦମଣି ଭତ୍ରାଙ୍କ ପେଟକୁ କଟୁରୀରେ ଭୂଷି ହତ୍ୟା କରିଛି । ପାରିବାରିକ ଘଟଣାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ର ରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ବାମୀ, ସ୍ତ୍ରୀଙ୍କୁ କଟୁରିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଅନେକ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଘଟଣା ସମ୍ବନ୍ଧରେ ଅଭିଯୋଗ ପାଇ କୋଷାଗୁମୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ତଦନ୍ତ ଚଲାଇଛି ।

Share

Leave a Reply

Your email address will not be published. Required fields are marked *

five × four =