Business

ଋଣ, ବିଜନେସ୍ ବ୍ୟାଙ୍କିଙ୍ଗ୍ ଏବଂ କ୍ରେଡିଟ୍ କାର୍ଡ ଅଫର୍ ସହିତ ପାର୍ବଣ ଋତୁକୁ ଆହୁରି ସମୃଦ୍ଧ କରୁଛି ଆକ୍ସିସ୍ ବ୍ୟାଙ୍କ

  • ହୋମ୍ ଲୋନ୍ ଫେଷ୍ଟିଭ୍ ଅଫର୍ ଲଗ୍‌-ଇନ୍ ଫିସ୍ ୯୯୯ ଟଙ୍କା ପ୍ଲସ ଜିଏସଟି ରୁ ଆରମ୍ଭ। ଆକର୍ଷଣୀୟ ଫିଚର୍ସ ମଧ୍ୟରେ ୧୨ଟି ଇଏମ୍‌ଆଇ ଛାଡ଼ ଏବଂ ଶୀଘ୍ର ମୂଳଧନ ପରିଶୋଧର ସୁବିଧା
  • ପର୍ସନାଲ୍ ଲୋନ୍ ବାର୍ଷିକ ୯.୯୯ ପ୍ରତିଶତ ରୁ ଆରମ୍ଭ, ପ୍ରୋସେସିଂ ଫିସ୍ ୯୯୯ ଟଙ୍କା ରୁ ଆରମ୍ଭ
  • କାର୍ ଲୋନ୍ ୩୦ ମିନିଟରେ ତୁରନ୍ତ ଋଣ ମଞ୍ଜୁରୀ, ପ୍ରୋସେସିଂ ଫିସରେ ୫୦ ପ୍ରତିଶତ ଛାଡ଼ ଏବଂ ନିର୍ଦ୍ଦିଷ୍ଟ ଇଭି ମଡେଲରେ କମ୍ ସୁଧ ହାର
  • ଟୁ-ହୁଇଲର, କମର୍ସିଆଲ୍ ଭେହିକିଲ୍ ଏବଂ କନ୍‌ଷ୍ଟ୍ରକସନ୍ ଇକ୍ୱିପ୍‌ମେଣ୍ଟ ଲୋନ୍ ଉପରେ ସ୍ୱତନ୍ତ୍ର ପାର୍ବଣ ମୂଲ୍ୟ
  • ଘରୋଇ ଶିକ୍ଷା ଋଣ (ଡୋମେଷ୍ଟିକ୍ ଏଜୁକେସନ୍ ଲୋନ୍‌) ୭.୨୫ ପ୍ରତିଶତ ରୁ ଆରମ୍ଭ ଏବଂ ଶୂନ ପ୍ରୋସେସିଂ ଫିସ୍ ରୁ ଆରମ୍ଭ। ଆନ୍ତର୍ଜାତୀୟ ଶିକ୍ଷା ଋଣ ପାଇଁ ସ୍ୱତନ୍ତ୍ର ପାର୍ବଣ ଅଫର, ଯୋଗ୍ୟ ଗ୍ରାହକଙ୍କ ପାଇଁ ଆରଓଆଇ (ସୁଧ ହାର) ରେ ୦.୨୫ ପ୍ରତିଶତ ରିହାତି
  • ନିର୍ଦ୍ଦିଷ୍ଟ ସିକ୍ୟୋର୍ଡ ୱର୍କିଂ କ୍ୟାପିଟାଲ୍ ପ୍ରୋଡକ୍ଟଗୁଡ଼ିକର ଲଗ୍‌-ଇନ୍ ଫିସରେ ୫୦ ପ୍ରତିଶତ ଛାଡ଼
  • ଇ-କମର୍ସ, ଇଲେକ୍ଟ୍ରୋନିକ୍ସ, ମୋବାଇଲ୍‌, ଟ୍ରାଭେଲ୍‌, ଲାଇଫଷ୍ଟାଇଲ୍‌, ହୋମ୍ ଆଣ୍ଡ ଫର୍ନିସିଂ ଏବଂ ଅନ୍ୟାନ୍ୟ ବର୍ଗରେ ୨୦୦ରୁ ଉର୍ଦ୍ଧ୍ୱ କ୍ରେଡିଟ୍ କାର୍ଡ ଅଫର୍‌

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ୍ତମ ଘରୋଇ ବ୍ୟାଙ୍କ “ଆକ୍ସିସ୍ ବ୍ୟାଙ୍କ’ ଆଜି ତା’ର ରିଟେଲ୍ ଲେଣ୍ଡିଂ, ବିଜନେସ୍ ବ୍ୟାଙ୍କିଙ୍ଗ୍ ଏବଂ କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ ବ୍ୟାପକ ପାର୍ବଣ ଅଫର୍ ଘୋଷଣା କରିଛି। ଏହା ଗ୍ରାହକଙ୍କ ବ୍ୟକ୍ତିଗତ, ଗାଡ଼ି, ବ୍ୟବସାୟ ଏବଂ ପାର୍ବଣ ଖର୍ଚ୍ଚ ଆବଶ୍ୟକତାକୁ ସହଜ କରିବ।
ବ୍ୟାଙ୍କର ଏହି ପାର୍ବଣ ଅର୍ଫଗୁଡ଼ିକ ହୋମ୍ ଲୋନ୍‌, ପର୍ସନାଲ୍ ଲୋନ୍‌, କାର୍ ଲୋନ୍‌, ଟୁ-ହୁଇଲର୍ ଲୋନ୍‌, କମର୍ସିଆଲ୍ ଭେହିକିଲ୍ ଏବଂ କନ୍‌ଷ୍ଟ୍ରକସନ୍ ଇକ୍ୱିପ୍‌ମେଣ୍ଟ ଲୋନ୍‌, ସିକ୍ୟୋର୍ଡ ୱର୍କିଂ କ୍ୟାପିଟାଲ୍ ପ୍ରୋଡକ୍ଟ ଏବଂ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ ବିସ୍ତୃତ। ଏଥିରେ ସ୍ୱତନ୍ତ୍ର ସୁଧ ହାର, କମ୍ ପ୍ରୋସେସିଂ ଫିସ୍‌, ଫୋରକ୍ଲୋଜର ଫିସ୍ ଛାଡ଼ ଏବଂ ପ୍ରମୁଖ ବ୍ରାଣ୍ଡଗୁଡ଼ିକ ଉପରେ ରିହାତି ସାମିଲ ରହିଛି।
ବ୍ୟକ୍ତିଗତ ଆର୍ôଥକ ଆବଶ୍ୟକତା ପୂରଣ ପାଇଁ ଆକ୍ସିସ୍ ବ୍ୟାଙ୍କ ବାର୍ଷିକ ୯.୯୯ ପ୍ରତିଶତ ରୁ ଆରମ୍ଭ ହେଉଥିବା ବିନା କୌଣସି ବନ୍ଧକରେ (କୋଲାଟେରାଲ୍‌-ଫ୍ରି) ପର୍ସନାଲ୍ ଲୋନ୍ ପ୍ରଦାନ କରୁଛି, ଯାହାର ପ୍ରୋସେସିଂ ଫିସ୍ ୯୯୯ ଟଙ୍କା ରୁ ଆରମ୍ଭ ହେଉଛି। ଘର କିଣିବାକୁ ଚାହୁଁଥିବା ଗ୍ରାହକମାନେ ୯୯୯ ଟଙ୍କା ପ୍ଲସ ଜିଏସଟି ରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ହୋମ୍ ଲୋନ୍ ଲଗ୍‌-ଇନ୍ ଫିସର ଫାଇଦା ଉଠାଇପାରିବେ। ଏହାସହ ବ୍ୟାଙ୍କ ୧୨ଟି ଇଏମ୍‌ଆଇ ଛାଡ଼ ଏବଂ ଶୀଘ୍ର ମୂଳଧନ ପରିଶୋଧ ଭଳି ଆକର୍ଷଣୀୟ ଫିଚର୍ସ ମଧ୍ୟ ପ୍ରଦାନ କରୁଛି।
କାର୍ ଲୋନ୍ ଯୋଜନାରେ ଗ୍ରାହକମାନେ ୩୦ ମିନିଟରେ ତୁରନ୍ତ ଋଣ ମଞ୍ଜୁରୀ, ପ୍ରୋସେସିଂ ଫିସରେ ୫୦ ପ୍ରତିଶତ ଛାଡ଼, ନିର୍ଦ୍ଦିଷ୍ଟ ଇଭି ମଡେଲରେ ୧୦ ବେସିସ୍ ପଏଣ୍ଟ କମ୍ ସୁଧ ହାର, ଗାଡ଼ିର ଅନ୍‌-ରୋଡ୍ ମୂଲ୍ୟର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସିଂ, ୮ ବର୍ଷ ପର୍ଯ୍ୟନ୍ତ ଅବଧି ଏବଂ ୨୪ ମାସ ପରେ ଫୋରକ୍ଲୋଜର ଚାର୍ଜ ଛାଡ଼ର ସୁବିଧା ପାଇପାରିବେ।
ଆକ୍ସିସ୍ ବ୍ୟାଙ୍କ ତା’ର ଟୁ-ହୁଇଲର୍ ପୋର୍ଟଫୋଲିଓରେ ମଧ୍ୟ ସ୍ୱତନ୍ତ୍ର ସୁବିଧା ଯୋଗାଉଛି, ଯେଉଁଥିରେ ୩୦ ମିନିଟରେ ତୁରନ୍ତ ଋଣ ମଞ୍ଜୁରୀ, ସୁପରବାଇକ୍ ପାଇଁ ୧୦.୭୫ ପ୍ରତିଶତ ରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ମୂଲ୍ୟ ଏବଂ ଇଭି ଗାଡ଼ି ପାଇଁ ୦.୫ ପ୍ରତିଶତ ସ୍ୱତନ୍ତ୍ର ରିହାତି ସାମିଲ ଅଛି। କମର୍ସିଆଲ୍ ଭେହିକିଲ୍ ଏବଂ କନ୍‌ଷ୍ଟ୍ରକସନ୍ ଇକ୍ୱିପ୍‌ମେଣ୍ଟ ଲୋନ୍ ପାଇଁ ବ୍ୟାଙ୍କ ୫,୯୯୯ ଟଙ୍କା ପ୍ରୋସେସିଂ ଫିସ୍ ଏବଂ ୩୧ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ଫୋରକ୍ଲୋଜର ଚାର୍ଜ ଉପରେ ସ୍ୱତନ୍ତ୍ର ଛାଡ଼ ପ୍ରଦାନ କରୁଛି।
ଛାତ୍ରଛାତ୍ରୀମାନେ ୭.୨୫ ପ୍ରତିଶତ ରୁ ଆରମ୍ଭ ହେଉଥିବା ଆରଓଆଇ (ସୁଧ ହାର) ଏବଂ ଶୂନ ପ୍ରୋସେସିଂ ଫିସ୍ ରୁ ଆରମ୍ଭ ଘରୋଇ ଶିକ୍ଷା ଋଣ ପାଇପାରିବେ। ବିଦେଶରେ ପଢ଼ିବାକୁ ଇଚ୍ଛୁକ ଯୋଗ୍ୟ ଗ୍ରାହକଙ୍କ ପାଇଁ ଏହି ପାର୍ବଣ ସମୟରେ ଆନ୍ତର୍ଜାତୀୟ ଶିକ୍ଷା ଋଣ ଉପରେ ୦.୨୫ ପ୍ରତିଶତ ଆରଓଆଇ ରିହାତି ମିଳିବ।
କ୍ଷୁଦ୍ର ବ୍ୟବସାୟୀମାନେ କ୍ୟାଶ୍ କ୍ରେଡିଟ୍‌, ଓଭରଡ୍ରାଫ୍ଟ ଏବଂ ଟର୍ମ ଲୋନ୍ ଭଳି ସିକ୍ୟୋର୍ଡ ୱର୍କିଂ କ୍ୟାପିଟାଲ୍ ପ୍ରୋଡକ୍ଟଗୁଡ଼ିକର ଲଗ୍‌-ଇନ୍ ଫିସରେ ସିଧାସଳଖ ୫୦ ପ୍ରତିଶତ ଛାଡ଼ ପାଇପାରିବେ, ଯାହା ୩୧ ଡିସେମ୍ବର, ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଋଣ ମଞ୍ଜୁରୀ/ବଣ୍ଟନ ସମୟରେ ପ୍ରଚଳିତ ନିୟମାନୁସାରେ ସାଧାରଣ ପ୍ରୋସେସିଂ ଫିସ୍ ଲାଗୁ ହେବ।
ପାର୍ବଣ ଲାଭ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ବିସ୍ତାରିତ ହୋଇଛି। ଯୋଗ୍ୟ କ୍ରେଡିଟ୍ କାର୍ଡଧାରୀମାନେ ଇ-କମର୍ସ, ଇଲେକ୍ଟ୍ରୋନିକ୍ସ, ମୋବାଇଲ୍‌, ଟ୍ରାଭେଲ୍‌, ଲାଇଫଷ୍ଟାଇଲ୍‌, ହୋମ୍ ଆଣ୍ଡ ଫର୍ନିସିଂ ଏବଂ ଅନ୍ୟାନ୍ୟ ବର୍ଗରେ ୨୦୦ରୁ ଉର୍ଦ୍ଧ୍ୱ ଅଫର୍ ପାଇପାରିବେ, ଯେଉଁଥିରେ କ୍ରେଡିଟ୍ କାର୍ଡ କ୍ରୟ ଏବଂ ଇଏମ୍‌ଆଇ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସାମିଲ ଅଛି । ଅଂଶଗ୍ରହଣ କରୁଥିବା ପ୍ରମୁଖ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ଇ-କମର୍ସରେ ଆମାଜନ୍ କ୍ୱିକ୍ କମର୍ସରେ ବ୍ଲିଙ୍କିଟ ଏବଂ ଜେପ୍ଟୋ; ଇଲେକ୍ଟ୍ରୋନିକ୍ସରେ ଏଲଜି , ସାମସଙ୍ଗ, ହାୟର ଏବଂ ବୋଶ୍ ଲାଇଫଷ୍ଟାଇଲ୍‌ରେ ବରବରୀ, ବସ୍ , କୋଚ୍ ଏବଂ ଟୋରୀ ବର୍ଚ୍ଚ; ହୋମ୍ ଫର୍ନିସିଂରେ ବୋନିଟୋ ଡିଜାଇନ୍ସ , ୱେକଫିଟ୍ ଏବଂ ଡାମରୋ; ଟ୍ରାଭେଲ୍‌ରେ ମେକମାଇଟ୍ରିପ୍‌, ଆଇକ୍ସିଗୋ ଏବଂ ଏୟାର ଇଣ୍ଡିଆ; ଏବଂ ମୋବାଇଲ୍‌ରେ ଭିଭୋ ଏବଂ ଓପୋ ସାମିଲ ରହିଛି। ଏହି ବ୍ରାଣ୍ଡଗୁଡ଼ିକ ବ୍ୟତୀତ ଆକ୍ସିସ୍ ବ୍ୟାଙ୍କ ବିଭିନ୍ନ ବର୍ଗର ଅନ୍ୟାନ୍ୟ ପ୍ରମୁଖ ବ୍ରାଣ୍ଡଗୁଡ଼ିକ ସହିତ ମଧ୍ୟ ସହବନ୍ଧିତା କରିଛି।
ଏହି ସୁବିଧା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଏକ୍ସିକ୍ୟୁଟିଭ୍ ଡାଇରେକ୍ଟର ମୁନୀଶ ଶାର୍ଦ୍ଦା କହିଛନ୍ତି, “ଘର କିଣିବା, ଗାଡ଼ି ଅପଗ୍ରେଡ୍ କରିବା, ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା କିମ୍ବା ବ୍ୟବସାୟରେ ନିବେଶ କରିବା ଭଳି ପାର୍ବଣ ଖର୍ଚ୍ଚଗୁଡ଼ିକ ଆଜିକାଲି ଗ୍ରାହକଙ୍କ ଚିନ୍ତିତ ନିଷ୍ପତ୍ତି ଉପରେ ଆଧାରିତ। ଆକ୍ସିସ୍ ବ୍ୟାଙ୍କରେ ଆମର ଲକ୍ଷ୍ୟ ହେଉଛି ଗ୍ରାହକଙ୍କୁ ଆତ୍ମବିଶ୍ୱାସର ସହ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସୁବିଧା ଏବଂ ସଠିକ୍ ମୂଲ୍ୟ ପ୍ରଦାନ କରିବା। ଆମର ପାର୍ବଣ ପ୍ରସ୍ତାବଗୁଡ଼ିକ ରିଟେଲ୍ ଏବଂ ବିଜନେସ୍ ବ୍ୟାଙ୍କିଙ୍ଗ୍ ସେବାରେ ପ୍ରତିଯୋଗିତାମୂଳକ ଆର୍ôଥକ ସମାଧାନ ଆଣିଥାଏ, ଯାହା ଗ୍ରାହକଙ୍କୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇବାରେ ସାହାଯ୍ୟ କରେ।”
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ହେଡ୍ – କାର୍ଡସ୍‌, ପେମେଣ୍ଟସ୍ ଆଣ୍ଡ ୱେଲ୍‌ଥ ମ୍ୟାନେଜମେଣ୍ଟ, ଅର୍ଣ୍ଣିକା ଦୀକ୍ଷିତ କହିଛନ୍ତି, “ଗ୍ରାହକମାନେ ସେମାନଙ୍କର କାର୍ଡରୁ ଏପରି ମୂଲ୍ୟ ଆଶା କରନ୍ତି ଯାହା ସେମାନଙ୍କର ଖର୍ଚ୍ଚ କରିବାର ଶୈଳୀ ସହ ମେଳ ଖାଏ। ପାର୍ବଣ ସମୟରେ ଯେତେବେଳେ ଖର୍ଚ୍ଚ ବିଭିନ୍ନ ଆବଶ୍ୟକତା ଓ ଅବସରରେ ବିସ୍ତାରିତ ହୁଏ, ସେତେବେଳେ ପ୍ରାସଙ୍ଗିକତା, ପସନ୍ଦ ଏବଂ ସହଜତା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଉଠେ। ଆମର ଲକ୍ଷ୍ୟ ହେଉଛି ପାର୍ବଣ ଏବଂ ଯୋଜନାବଦ୍ଧ କ୍ରୟକୁ ଆହୁରି ଫଳପ୍ରଦ କରିବା। ଆମର ବ୍ୟାପକ ପାର୍ବଣ ଅଫର୍ ମାଧ୍ୟମରେ, ଆମେ ଗ୍ରାହକଙ୍କୁ ସେମାନଙ୍କର ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରୁ ଅଧିକ ଲାଭ ପାଇବାରେ ସାହାଯ୍ୟ କରୁଛୁ।”

Share

Leave a Reply

Your email address will not be published. Required fields are marked *

eleven − 9 =