ଜାଣନ୍ତୁ ସାଇବାବାଙ୍କୁ କାହିଁକି ମସଜିଦ୍ ସହ ଯୋଡ଼ା ଯାଉଛି

ଭୁବନେଶ୍ୱର: ଦ୍ୱାରକା ଭଗବାନ ଶ୍ରୀକୃଷ୍ଣଙ୍କର ରାଜଧାନୀ ଥିଲା । ଏହାକୁ ଦ୍‌ବାରବତୀ ବୋଲି କୁହାଯାଏ । ପ୍ରବଳ ପରାକ୍ରମୀ ଜରାସନ୍ଧ ଏବଂ ଅନ୍ୟ ଅସୁରମାନଙ୍କ ଦୌରାତ୍ମ୍ୟରୁ ଯାଦବକୂଳକୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଦ୍ୱାରକାକୁ ନିଜର ଧାମ ପ୍ରତିଷ୍ଠା କରିଥିଲେ । ମା’ତାର ସନ୍ତାନଗଣଙ୍କୁ ସୁରକ୍ଷା ଦେବା ଭଳି ଦ୍ୱାରକା ସମଗ୍ର ଯାଦବକୁଳକୁ ସୁରକ୍ଷିତ କରି ରଖିଥିଲା । ଦୀର୍ଘ ଷାଠିଏ ବର୍ଷ କାଳ ଶିରିଡ଼ିର ଈଜ୍ଞଃ ଜରାଜୀର୍ଣ୍ଣ ମସଜିଦରେ ଅବସ୍ଥାନ କରି ବାବା ତାହାକୁ ଦ୍ୱାରାବତୀରେ ପରିଣତ କରିଥିଲେ । ସେହିଠାରେ ରହି ସେ ଭକ୍ତଜନଙ୍କ ଦୁର୍ଗତି ଦୂର କରୁଥିଲେ । ସେମାନଙ୍କ ସମସ୍ତ ସମସ୍ୟା ସମାଧାନ କରୁଥିଲେ । ତାଙ୍କର ପ୍ରେମ ଓ କରୁଣା ବିତରଣ କରିବା ସହ କ୍ଲେଶ ଦୂର କରୁଥିଲେ । ହିନ୍ଦୀରେ ମାୟାର ଅର୍ଥ ମା । ଦ୍ୱାରକାମାୟୀ ତାର ସନ୍ତାନଗଣଙ୍କୁ ସମସ୍ତ ଆପଦ ବିପଦରୁ ରକ୍ଷା କରୁଥିଲେ । ବାବା ନିଶ୍ଚିତ ଭରସା ଦେଇଥିବାର ଉଲ୍ଲେଖ ସାଇ ସତ୍ ଚରିତରେ ରହିଛି ।

Share

Leave a Reply

Your email address will not be published. Required fields are marked *

five × 4 =