ଅଗଷ୍ଟ ୧୫ ତାରିଖକୁ କାହିଁକି ସ୍ୱାଧିନତା ଦିବସ ରୂପେ ବଛାଗଲା, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଭୁବନେଶ୍ୱର: ଆମେ କାହାର ଗୁଲାମ ନୁହେଁ । ଆମେ ସ୍ୱାଧିନ ଭାରତର ନାଗରିକ । ହେଲେ ଦେଶ ସ୍ୱାଧିନ ହେବା ଲାଗି ଅନେକଙ୍କ ବଳିଦାନ ସଦା ଚିରସ୍ମରଣୀୟ ହୋଇ ରହିବ । ସ୍ୱାଧିନତା ଲାଗି ଅନେକ ମା ନିଜର ପୁଅକୁ ହରାଇଛନ୍ତି ତ ଆଉ କିଏ ନିଜର ସ୍ୱାମୀ ଓ ଭାଇଙ୍କୁ ହରାଇଛନ୍ତି । ପରିଶେଷରେ ସମସ୍ତଙ୍କ ବଳିଦାନ ଲାଗି ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧିନ ହୋଇଥିଲା । ତେବେ ଏହି ତାରିଖକୁ କାହିଁକି ବଛା ଯାଇଥିଲା । କାହିଁକି ରାତି ଅଧରେ ସ୍ୱାଧିନତା ଲାଗି ଘୋଷଣା କରାଯାଇଥିଲା । ଏହା ପଛରେ କଣ ରହିଛି କାରଣ । ୨ଶହ ବର୍ଷ ଧରି ଭାରତକୁ ଶାସନ କରିଥିଲେ ଇଂରେଜ ସରକାର । ଯିଏ ତାଙ୍କ ବିରୋଧରେ ସ୍ୱର ଉଠାଉଥିଲା ତାକୁ ମୃତ୍ୟୁ ଦଣ୍ଡ ଦିଆ ହେଉଥିଲା ତ ଆଉ କାହାକୁ କାରାଦଣ୍ଡରେ ଦଣ୍ଡିତ କରାଯାଉଥିଲା । ତେବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଖୋଲା ନିଶ୍ୱାସ ନେଇଥିଲେ ଭାରତୀୟ । ଫିରିଙ୍ଗିଙ୍କ କବଳରୁ ମୁକ୍ତ ହୋଇଥିଲା ଦେଶ । ୧୯୪୭ ମସିହା ଫେବୃୟାରୀ ମାସରେ ଲର୍ଡ ମାଉଂଟବ୍ୟାଟେନଙ୍କୁ ଭଏସରୟ ଭାବେ ପଠାଯାଇଥିଲା । ଭାରତକୁ ସ୍ୱାଧିନତା ଦେବା ଲାଗି ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଜୁନ ୧୯୪୯ରେ ଭାରତକୁ ସ୍ୱାଧିନତା ଦେବା ଲାଗି ପ୍ରଥମେ ସ୍ଥିର କରାଯାଇଥିଲା । ଏଥିଲାଗି ଭାରତୀୟ ନେତାଙ୍କ ସହ ଆଲୋଚନା କରିବା ଆରମ୍ଭ କରି ଦେଇଥିଲେ ମାଉଂଟବ୍ୟାଟେନ । ତେବେ ସେହି ସମୟରେ ଜବାହାରଲାଲ ନେହେରୁ ଏବଂ ମହମ୍ମଦ ଅଲ୍ଲି ଜିହ୍ନାଙ୍କ ଦେଶ ବିଭାଜନକୁ ନେଇ ବିବାଦ ଚାଲିଥିଲା । ଜିହ୍ନା ଅଲଗା ଦେଶ ବନାଇବା ଲାଗି ଚେଷ୍ଟା କରୁଥିଲେ । ଯେଉଁ କାରଣରୁ ଭାରତର ଅନେକ ସ୍ଥାନରେ ବିବାଦ ଆରମ୍ଭ ହୋଇଯାଇଥିଲା । ଯାହାକି ମାଉଂଟ ବ୍ୟାଟେନ କଳ୍ପନା ମଧ୍ୟ କରିନଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତକୁ ୧୯୪୯ ବଦଳରେ ୧୯୪୭ରେ ସ୍ୱାଧିନତା ଦେବା ଲାଗି ସ୍ଥିର କରିଥିଲେ । ତେବେ ମାଉଂଟବ୍ୟାଟେନ ହିଁ ଏହି ତାରିଖକୁ ଚୟନ କରିଥିଲେ । ଲେରି କଲିଂ ଏବଂ ଡୋମିନିକ ଲେପିୟର ଫ୍ରିଡମ ଆଟ ମିଡନାଇଟ ପୁସ୍ତକରେ ଏହି ତାରିଖ ବିଷୟରେ ଲେଖିଛନ୍ତି । ତେବେ ତାରିଖ ବାଛିବା ପଛରେ କାରଣ ଥିଲା ଜାପାନ । କାହିଁକି ନାଁ ୨ ବର୍ଷ ପୂର୍ବେ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖକୁ ଜାପାନର ରାଜା ହିରୋହିତ ବ୍ରିଟେନ, ଆମେରିକା ଏବଂ ଋଷ ଆଦି ଦେଶରେ ଏଲଆଇସି ଫୋରସେସ ଆଗରେ ଆତ୍ମସମର୍ପଣର ଘୋଷଣା କରିଥିଲେ । ଏହି ସମୟରେ ଲର୍ଡ ମାଉଂଟବ୍ୟାଟେନ ଏଲଆଇସି ଫୋରସେସର କମାଣ୍ଡର ଥିଲେ । ଏହାସହ ଇଂରେଜମାନେ ଯିବା ସହ ଭାରତର ସ୍ୱାଧିନତା ତାରିଖକୁ ଏମିତି ଏକ ଦିନ ସହ ଯୋଡ଼ିଦେଇ ଯାଇଛନ୍ତି କି ଯେଉଁଦିନ ଜାପାନ ସେନାମାନେ ଆତ୍ମସମର୍ପଣ କରିଥିଲେ । ଯଦି ଇତିହାସ ପୃଷ୍ଠାକୁ ପଢ଼ିବା ୧୫ ଅଗଷ୍ଟ ସହ ୨ଟି ଘଟଣାକୁ ମନେ ପକାଇଥାଏ । ଗୋଟିଏ ହେଉଛି ଜାପାନୀ ସେନାର ଆତ୍ମସମର୍ପଣ ଏବଂ ଦ୍ୱିତୀୟଟି ହେଉଛି ଭାରର ସ୍ୱାଧିନତା ।
ତେବେ ଦର୍ଶକବନ୍ଧୁ ଆପଣ ତ ଜାଣିଲେ ୧୫ ଅଗଷ୍ଟକୁ କାହିଁକି ଭାରତର ସ୍ୱାଧିନତା ଲାଗି ବଛାଯାଇଥିଲା । ତେବେ ଜାଣନ୍ତୁ କାହିଁକି ରାତି ଅଧରେ ଅଥବା ୧୨ଟା ରାତିରେ କାହିଁକି ଭାରତକୁ ମିଳିଥିଲା ସ୍ୱାଧିନତା
ଲଡ ମାଡଉଂଟ ବ୍ୟାଟେନ ଭାରତର ସ୍ୱାଧିନତା ତାରିଖ ୩ଜୁନ୍ ୧୯୪୮ ବଦଳରେ ତ ୧୫ ଅଗଷ୍ଟ ୧୯୪୭ କରିଥିଲେ । କିନ୍ତୁ ଏହା ଶୁଣିବା ପରେ ଭାରତୀୟ ଜ୍ୟୋତିଷମାନେ ଅସ୍ତବ୍ୟସ୍ତ ହୋଇଗଲେ । କାହିଁକି ନାଁ ୧୫ ଅଗଷ୍ଟ ୧୯୪୭ ଭାରତ ସ୍ୱାଧିନ ଲାଗି ଶୁଭ ନଥିଲା । ଯେଉଁ କାରଣରୁ ଏକ ସମୟ ଧାର୍ଯ୍ୟ କରାଯାଇଥିଲା । ୧୪ ଅଗଷ୍ଟ ଏବଂ ୧୫ ଅଗଷ୍ଟ ରାତିକୁ ସ୍ଥିର କରାଗଲା । ଜ୍ୟୋତିଷମାନେ ନେହେରୁଙ୍କ ନିକଟରେ ସର୍ତ ରଖିଲେ କି, ନେହେରୁଙ୍କ ଭାଷଣ ରାତି ୧୧ଟା ୫୧ ମିନିଟରୁ ଆରମ୍ଭ ହୋଇ ୧୨ଟା ବାଜି ୩୯ ମିନିଟ ମଧ୍ୟରେ ଦେବାକୁ ପଡ଼ିବ । ଏହାପରେ ଶଙ୍ଖନାଦ କରାଯିବ । ଯାହାକି ସ୍ୱାଧିନ ଭାରତର ସ୍ୱର ସାରା ବିଶ୍ୱରେ ପହଚିଂବ । ଏଥିଲାଗି ରାତି ୧୨ଟାରେ ଭାରତକୁ ସ୍ୱାଧିନ କରାଗଲା ।
ସ୍ୱାଧିନତା ଦିବସରେ ସବସ୍ତ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସ୍ଥାନରେ ଅଗଷ୍ଟ ୧୫ ତାରିଖରେ ପତାକା ଉତୋଳନ କରାଯାଉଛି । ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲ୍ଲକିଲ୍ଲାରେ ପତାକା ଉଡାଥାନ୍ତି । ଯାହାକି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହା କରିନଥିଲେ । ଲାଲକିଲ୍ଲା ବଦଳରେ ଇଣ୍ଡିଆ ଗେଟ୍ ନିକଟରେ ପତାକା ଉଡ଼ାଇଥିଲେ ନେହେରୁ । ତେବେ ୧୫ ଅଗଷ୍ଟ ବଦଳରେ ୧୬ ଅଗଷ୍ଟରେ ପ୍ରଥମେ ପତାକା ଉତ୍ତୋଳନ କରିଥିଲେ । ଜାଣନ୍ତୁ ଏହା ପଛର କାରଣ କଣ?
ଭାରତ ସ୍ୱାଧିନ ହେବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ନେହେରୁ ସ୍ୱାଧିନ ଭାରତର ପ୍ରଥମ ପାତାକା ଇଣ୍ଡିଆ ଗେଟ୍ ନିକଟରେ ଉଡ଼ାଇଥିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିସଙ୍କ ବିରୋଧରେ ଲଢ଼ୁଥିବା ସମୟରେ ଭାରତର ନବେ ହଜାର ଭାରତୀୟମାନେ ନିଜର ଜୀବନ ଦେଇଥିଲେ । ଏହି ଉଦ୍ଦେଶ୍ୟରେ ଇଂରେଜମାନେ ଦିଲ୍ଲୀରେ ଇଣ୍ଡିଆ ଗେଟ୍ ବନେଇଥିଲେ । ୧୫ ଅଗଷ୍ଟର ସଂଦ୍ଧ୍ୟାରେ ଏଠାରେ ଭାରତ ସରକାରଙ୍କ ତରଫରୁ ପ୍ରଥମ ପାତାକା ଉଡ଼ାଯାଇଥିଲା । ଏବଂ ସହୀଦ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହାସହ କୁହାଯାଉଛି କେତେକ ବ୍ୟସ୍ଥତା ମଧ୍ୟରେ ନେହେରୁ ଦେଶର କାର୍ଯ୍ୟ କରିଥିଲେ । ଏଣୁ ୧୬ ଅଗଷ୍ଟରେ ଲାଲ୍ଲକିଲ୍ଲାରେ ପତାକା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ଆକାଶରେ ଏକ ଇନ୍ଦ୍ରଧନୁ ଦେଖାଦେଇଥିଲା । ଯାହାକୁ ଦେଖି ଲୋକେ କହିଥିଲେ ଏହା ଭଗବାନଙ୍କ ବରଦାନ ସଦୃଶ ।

Share

Leave a Reply

Your email address will not be published. Required fields are marked *

2 × 5 =