ଆଜି ୭୫ତମ ସ୍ୱାଧିନତା ଦିବସ

ଭୁବନେଶ୍ୱର: ଆଜି ସ୍ୱାଧିନତା ଦିବସ । ଭାରତ ପାଳୁଛି ୭୫ତମ ସ୍ୱାଧିନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ସବୁଠି ଉଡୁଛି ତ୍ରୀରଙ୍ଗା । ଫରଫର ହୋଇ ଉଡୁଛି ଭାରତର ଜାତୀୟ ପତାକା । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ହୋଇଛି ପତାକା ଉତ୍ତୋଳନ । ୨୦୦ ବର୍ଷ ଆମକୁ ଫିରିଙ୍ଗିମାନେ ଶାସନ କରିଥିଲେ । ବହୁ ବାଧା ବିଘ୍ନ ସହିବା ପରେ ଆମେ ସ୍ୱାଧିନ ହୋଇଛେ । ତେବେ ଏହି ସ୍ୱାଧିନତା ପଛରେ ରହିଛି ଅନେକଙ୍କ ବଳିଦାନ । ବହୁ ମହାପୁରୁଷମାନେ ନିଜର ପ୍ରାଣ ହରାଇଛନ୍ତି । ଅନେକ ଭଉଣୀ ନିଜର ଭାଇଙ୍କୁ ହରାଇଛନ୍ତି । ଶହ ଶହ ମା ନିଜ ପୁଅଙ୍କୁ ହରାଇଛନ୍ତି । ତେବେ ସ୍ୱାଧିନତା ପାଇବା ପରେ ସବୁ ଦୁଃଖକୁ ଛାତିତଳେ ଚାପି ଖୁସି ଜାହିର କରିଛନ୍ତି । ଆମେ ଆଜି ସ୍ୱାଧିନ ଭାରତର ନାଗରିକ । ଆମେ କାହାର ଗୁଲାମ ନୁହେଁ । ତେବେ ଆମକୁ ଯେଉଁ ବୀର ମହାପୁରୁଷମାନେ ସ୍ୱାଧିନ କରିବା ଲାଗି ବଳିଦାନ ଦେଇଛନ୍ତି ସେମାନଙ୍କ ନିକଟରେ ଆମେ ସଦାସର୍ବଦାୠଣି ହୋଇ ରହିବା । ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନ ସବୁଦିନ ଲାଗି ଚିରସ୍ମରଣୀୟ ହୋଇ ରହିବ ।

Share

Leave a Reply

Your email address will not be published. Required fields are marked *

20 + 8 =