ଏଣିକି ଜଳର ଗୁଣବତ୍ତା ଯାଞ୍ଚ କରିବେ ଜଳସାଥୀ

ଭୁବନେଶ୍ୱର() ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ ମାନେ ଅଧିକ ଯତ୍ନବାନ ଥାଆନ୍ତି ଏବଂ ଭଲ ପିଇବା ପାଣିର ଉତ୍ତମ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି । ତେଣୁ ପିଇବା ପାଣିର ପରିଚାଳନା ଦାୟିତ୍ୱ ମା’ମାନଙ୍କୁ ଦିଆଯିବା ଏକ ପ୍ରଶଂ ସନୀୟ ପଦକ୍ଷେପ ।

ମହିଳା ମାନଙ୍କର ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି ଛତୁଆ ଯୋଜନା, ବିଦ୍ୟୁତ ମିଟର ରିଡିଙ୍ଗ ପରି ଅନେକ ଦାୟିତ୍ୱ ଦେଇଛନ୍ତି ଏବଂ ସେମାନେ ମଧ୍ୟ ସଫଳତାର ସହ ନିର୍ବାହ କରୁଛନ୍ତି । ତେଣୁ ଜଳସାଥୀ ଭାବରେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରସା ହାସଲ କରିବା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ । ପ୍ରତି ପରିବାରକୁ ପାଇପ ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀମାନେ ସଫଳତାର ସହ ଆଗେଇ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା କିଟ ଓ ପି.ଓ.ଏସ ମେସିନ ବଣ୍ଟ କରିଥିଲେ । ଜଳସାଥୀମାନେ ଘରକୁଘର ବୁଲି ଲୋକଙ୍କ ନୂତନ ଜଳ ସଂଯୋଗ ଦେବାରେ ସାହର୍ଯ୍ୟ କରିବେ , ମାସକୁ ମାସ ଜଳ ଯୋଗାଣ ଦେୟ ଆଦାୟ କରିବେ ଏବଂ ନିଜ ଅଂଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହ ଜନସାଧାରଣଙ୍କର ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଂଚାଇବାକୁ ସହଯୋଗ କରିବେ । ଏହି କର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱର ଆଠଗୋଟି ୱାର୍ଡରେ ଆରମ୍ଭ କରାଗଲା । ଏଥିନିମନ୍ତେ WATCO ଓ ମହିଳା ସ୍ୱୟଂ ସହାୟକ ମହାସଙ୍ଘ ସହିତ ରାଜିନାମା ସ୍ୱାକ୍ଷାରିତ ହୋଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଂଚଳରେ ସମ୍ପୂର୍ଣ୍ଣ ଭାବରେ ଏହା କାର୍ଯ୍ୟକାରୀ ହେବ । ପ୍ରାୟ ୭୦ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ସାରା ରାଜ୍ୟରେ ୫ହଜାର ଜଳସାଥୀ ଏହି କାର୍ଯ୍ୟରେ ନିୟୋଜିତ ହେବେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ,ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

ten + 4 =