୨ଦିନରେ ୨୫କୋଟି ପାର

ମୁମ୍ବାଇ()ଏହି ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଯାଇଛି ଫିଲ୍ମ “ବାଲା” । ବଲିଉଡ଼ ତାରକା ଆୟୁଷ୍ମାନ ଖୁରାନା, ୟାମୀ ଗୈାତମ ଓ ଭୁମି ପେଡନେକରଙ୍କ ଏହି ଫିଲ୍ମ”ବାଲା” ଦର୍ଶକଙ୍କ ଉପରେ ନିଜ ଯାଦୁ କରିଛି ।

ଏହି ଫିଲ୍ମଟି ଓପନିଙ୍ଗ ଦିନରେ ୧୦କୋଟି ୧୫ଲକ୍ଷ ଟଙ୍କା ବ୍ୟବସାୟ କରିଛି । ଫିଲ୍ମ “ବାଲା”ର ପ୍ରଥମ ଓ ଦ୍ୱିତୀୟ ଦିନର ବକ୍ସ ଅଫିସ କଲେକ୍ସନ ଦେଖିବାକୁ ଗଲେ ସପ୍ତାହରେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆଶଙ୍କା କରାଯାଉଛି ।

ଫିଲ୍ମ “ବାଲା” ଶୁକ୍ରବାର ରିଲିଜ ହୋଇଛି । ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ୧୦କୋଟି ୧୫ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଆୟ ଉପରେ ବୃଦ୍ଧି ଘଟିଛି । ଫିଲ୍ମଟି ଦ୍ୱିତୀୟ ଦିନରେ ୧୫କୋଟି ୭୩ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ବେଳେ ତୃତୀୟ ଦିନରେ ୧୫ କୋଟି ଟଙ୍କା ବ୍ୟବସାୟ କରିଛି । ୨୫କୋଟି ବଜେଟରେ ନିର୍ମିତ ଫିଲ୍ମ “ବାଲା” ୨ଦିନରେ ଆୟ କରିଛି ।

Share

Leave a Reply

Your email address will not be published. Required fields are marked *

three × five =