ଭୋଟର ଲିଷ୍ଟ ତ୍ରୁଟି ସଂଶୋଧନ ପରାମର୍ଶ

ଭୁବନେଶ୍ୱର: ଭୋଟର ତାଲିକା ସଂଶୋଧନ ନେଇ ସିଇଓ ସୁଶିଲ ଲୋହାନୀ କହିଛନ୍ତି ପ୍ରସ୍ତୁତ ଇଲେକ୍ଟୋରାଲ ରୋଲରୁ ନିଜ ନିଜର ନାଁ ଦେଖିନେବାକୁ ସେ ପରାମର୍ଶ ଦେଇଛନ୍ତି । ଇଲେକ୍ଟୋରାଲ ରୋଲରେ କୌଣସି ତ୍ରୁଟି ଥିଲେ ଆବେଦନ କରିପାରିବେ । ୨୧ ତାରିଖରେ ଭୋଟ କେନ୍ଦ୍ରରେ ବିଏଲଓ ମାନେ ଉପସ୍ଥିତ ରହିବେ । ଭୋଟରମାନେ ଯେ କୌଣସି ସଂଶୋଧନ ବିଏଲଓଙ୍କ ମାଧ୍ୟମରେ କରିପାରିବେ । ଅନଲାଇନରେ ମଧ୍ୟ ଭୋଟର ଭୁଲ ଠିକ ଦେଖି ଆବେଦନ କରିପାରିବେ । ନିଜର ସ୍ମାର୍ଟ ଫୋନ ମାଧ୍ୟମରେ ଆବେଦନ କରିପାରିବେ ଭୋଟର । ସଂଶୋଧନ ପାଇଁ ଅନଲାଇନରେ ଆବେଦନ କରିବା ଉପରେ ସିଇଓ ଗୁରୁତ୍ୱ ଦେଇଛନ୍ତି । ଏପିକ ନମ୍ବର ସ୍ପିଡ ପୋଷ୍ଟରେ ଯିବାକୁ ଥିବାରୁ ସଠିକ ଠିକଣା ଲେଖିବାକୁ ପଡିବ । ନିର୍ଦ୍ଦିଷ୍ଟ ଆବେଦନ ପତ୍ରକୁ ପୂରଣ କରି ସଂଶୋଧନ କରିବାକୁ ସେ କହିଛନ୍ତି । ଭୋଟର ଲିଷ୍ଟରେ ତ୍ରୁଟି ସୁଧାରିବା ଓ ଯୋଡିବାକୁ ୩ଟି ଡକ୍ୟୁମେଣ୍ଟ ଆବଶ୍ୟକ । ଜନ୍ମ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ ଓ ନିଜର ଫଟୋ ଆବଶ୍ୟକ ।

Share

Leave a Reply

Your email address will not be published. Required fields are marked *

five − one =