ବାଧ୍ୟତାମୂଳକ ଛୁଟିରେ ଗଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତିନି ଦିନ ମଧ୍ୟରେ ସୋ’ କଜ୍ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଣ ଦିଆଯାଇଛି । ସେପଟେ ତଥ୍ୟ ପ୍ରମାଣ ସହ ଲୁଣ ଚିକିତ୍ସାର ଉତର ଦେବେ ବୋଲି କହିଛନ୍ତି ଅଶ୍ୱିନୀ ପୂଜାହାରୀ ।
ତିନି ଦିନ ମଧ୍ୟରେ ସୋ’ କଜ୍ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଣ ଦିଆଯାଇଛି । ଏହାଛଡ଼ା ବାଧ୍ୟତାମୂଳକ ଛୁଟିରେ ଯିବାକୁ ତାଙ୍କୁ ନିର୍ଦ୍ଦେଶନାମା ପଠାଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେଟ୍ଟା । ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟକୁ ମଧ୍ୟ ତାଙ୍କ ନିକଟକୁ ପଠାଯାଇଛି । ଯଦି ତିନି ଦିନ ମଧ୍ୟରେ ଉତର ନଦିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ତାଗିଦ କରିଛନ୍ତି । ତେବେ ଜବାବ ଦେବା ପର୍ୟ୍ୟନ୍ତ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଗତକାଲି ଭିମସାର ନିର୍ଦ୍ଦେଶକ ଡାକ୍ତର ପୂଜାହାରୀ ଅପରେସନ୍ କରିବେନି ବୋଲି ଘୋଷଣା କରିଥିଲେ । ଡାକ୍ତର ଅଶ୍ୱନୀ ପୂଜାହାରୀ ଆଉ ଅପରେସନ୍ କରିବେ ନାହିଁ ବୋଲି ନିଜ ଆଡୁ ଚିଠି ଲେଖି ସର୍ଜରୀ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଥିଲେ । ଏହାସହ ସେ ସର୍ଜରୀ ୟୁନିଟ୍-୧ ଦାୟିତ୍ୱ ଛାଡିଦେଇଥିବା ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ । କର୍କଟ ରୋଗର ଲୁଣ ଚିକିତ୍ସା କରି ବିବାଦୀୟ ହୋଇ ପଡିଥିଲେ ଡାକ୍ତର ଅଶ୍ୱନୀ ପୂଜାହରୀ । ତାଙ୍କୁ ହଟାଇବା ଦାବିରେ ଜୁନିୟର ଡାକ୍ତର ସଂଘ ଆନ୍ଦୋଳନ ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 10 =