କ୍ବାଟର ଫାଇନାଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଭୁବନେଶ୍ବର () କ୍ବାଟର ଫାଇନାଲ ଯିବା ଲକ୍ଷ୍ୟରେ ଟିମ ଇଣ୍ଡିଆରେ ଆଜିର ଶେଷ ଲିଗ ମ୍ୟାଚରେ ହେବ ଭାଗ୍ୟ ନିର୍ଦ୍ଧାରଣ। କାନାଡା ବିପକ୍ଷରେ ଅଧିକ ଗୋଲ ବ୍ୟବଧାନରେ ଜିତିବାକୁ ହେବ। ଏଥିପାଇଁ ଜୋରଦାର ପ୍ରୟାସ କରୁଛି ଘରୋଇ ଟିମ। କାରଣ ଟିମ ପାଖରେ ରହିଛି ୪ ପଏଣ୍ଟ । ଗ୍ରୁପର ଅନ୍ୟ ପ୍ରତିଦ୍ବନ୍ଦି ବେଲଜିୟମ ପାଖରେ ବି ସମାନ ଅଙ୍କ। ତେବେ ପ୍ରଥମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ୫-୦ ବିଜୟୀ ଦଳ ପାଇଁ ପ୍ଲସ ପଏଣ୍ଟ ଥିଲା। ବେଲଜିୟମ ବିପକ୍ଷ ମ୍ଯାଚରେ ୨-୨ରେ ଡ୍ର ଦଳକୁ ମଜବୁତ ସ୍ଥିତିରେ ରଖିଥିଲା। କିନ୍ତୁ ବେଲଜିଂମ କାନାଡା ବିପକ୍ଷରେ ୩-୨ରେ ପରାସ୍ତ ପରେ ବେଲଜିୟମ ମଧ୍ୟ ଗ୍ରୁପ ଟପ ପାଇଁ ରହିଛି ସୁଯୋଗ। ତେଣୁ ଟିମ ଇଣ୍ଡିଆ ୭ଟି ଗୋଲ ଦେଇଥିବା ବେଳେ ୨ଟି ଗୋଲ ଖାଇଛି। ହେଲେ ବେଲଜିୟମ ୫ଟି ଗୋଲ ଦେଇଥିବା ବେଳେ ୪ଟି ଖାଇଛି। ତେଣୁ ଟିମ ଇଣ୍ଡିଆ ପାଇଁ ଗ୍ରୁପ ଟପ ପାଇଁ କାନାଡ ବିପକ୍ଷ ମ୍ୟାଚ ଜିତିବା ସହ ଗୋଲ ବ୍ୟବଧାନ ଅଧିକ ରହିଲେ କ୍ବାଟର ଫାଇନାଲରେ ସିଧା ଏଣ୍ଟ୍ରି ପାଇଁ ପଥ ପରିସ୍କାର ହେବ। ଏଥି ସହ ମିଡ ଫିଲଡରେ ଭଲ ପ୍ରଦର୍ଶନ ସହ କମ୍ବାଇନ ଆଟାକ କରିବାକୁ ପଡିବ। କାରଣ ରେକର୍ଡ କହୁଛି କାନାଡା ବିପକ୍ଷରେ ଟିମ ଇଣ୍ଡିଆ ୪ଟି ମ୍ୟାଚରୁ ୨ଟିରେ ବିଜୟୀ ଓ ୨ଟିରେ କାନାଡା ବିଜୟୀ ହୋଇଛି।

Share

Leave a Reply

Your email address will not be published. Required fields are marked *

1 × 1 =