ରାଜ୍ୟ

ସୁଧୁରିଯାଅ ଅମାନିଆ ଗାଡ଼ି ଚାଳକ

ସୁଧୁରିଯାଆନ୍ତୁ ଅମାନିଆ ଗାଡ଼ି ଚାଳକ । ଏଣିକି ସିଧା ଜବତ ହେବ ଗାଡ଼ି । ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେମାନଙ୍କୁ ସାବାଡ କରିବା ପାଇଁ ରାଜ୍ୟରେ ଜୋରଦାର ହୋଇଛି ଚେକିଂ । ବାରମ୍ବାର ଫିଟନେସ ସାର୍ଟିଫିକେଟ ବିନା ଧରାପଡ଼ିଲେ ଆରସି ବାତିଲ୍ ଓ ପରମିଟ୍ ରଦ୍ଦ ପାଇଁ ନିର୍ଦ୍ଦେଶ । କଟକ ମଲାଚଣ୍ଡିଆ ଛକରେ ଜୋରଦାର ଚେକିଙ୍ଗ । କଟକ ଆର୍ ଟି ଓ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚେକିଙ୍ଗ କରାଯାଉଛି ।

ରାଜ୍ୟରେ ବିନା ଫିଟନେସ ଓ ପରମିଟରେ ବେଆଇନ ଭାବେ ଚାଲୁଥିବା ଗାଡ଼ିଗୁଡ଼ିକ ଜବତ କରିବା ଅଭିଯାନ ଜୋରଦାର ହେବାରେ ଲାଗିଛି । STA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଏହି ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ପ୍ରାୟ ୫୦୦ ଗାଡ଼ିକୁ ଜବତ କରାଯାଇସାରିଲାଣି । ଏହି ସ୍ପେଶାଲ ଡ୍ରାଇଭ୍ ରେ କଟକ ଆରଟିଓ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅଞ୍ଚଳରୁ ୫୬ଟି ଗାଡ଼ିକୁ ଜବତ କରାଯାଇଛି । ଆଜି ମଧ୍ୟ କଟକ ଖାନାଗର ଛକରେ କଟକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡା କଡି ଚେକିଂ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

one × 5 =