ଓଡ଼ିଶାରେ ଖୋଲିବ ଆଉ ଏକ ମେଡିକାଲ କଲେଜ।

ଭୁବନେଶ୍ବର: ଓଡିଶାରେ ଖୋଲା ହେବ ଆଉ ଏକ ମେଡିକାଲ କଲେଜ ା ଏନେଇ ବଲାଙ୍ଗିରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଭିତରେ ଏକ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଲେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସେ କହିଛନ୍ତି-“ଦେଶର ୭୮ଟି ମେଡିକାଲ୍‌ କଲେଜରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ସବୁ ମେଡିକାଲ କଲେଜରେ ୧୨ଟି ମଡ୍ୟୁଲାର୍‌ ଅପରେଶନ୍‌ ଥିଏଟର, ୬୦ ଆଇସିୟୁ ବେଡ୍‌, ୩୦ ଆଇସିସିୟୁ ବେଡ୍‌ ସହିତ ମଡର୍ଣ୍ଣ ଇକ୍ୱ୍ୟୁପ୍‌ମେଣ୍ଟ ଉପଲବ୍ଧ ହେବ। ଏଥିରେ ଓଡ଼ିଶାରୁ କଟକ, ବ୍ରହ୍ମପୁର ଓ ବୁର୍ଲା ବଡ଼ ମେଡିକାଲ କଲେଜ ଅନ୍ତର୍ଭୁକ୍ତ। ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜକୁ ୧୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ କଟକ ମେଡିକାଲ କଲେଜକୁ ୨୬୦ କୋଟି ଟଙ୍କା ଦିଆଯିବ। ଏହାଛଡ଼ା କଟକ ଷ୍ଟେଟ୍‌ କ୍ୟାନସର ଇନ୍‌ଷ୍ଟିଚ୍ୟୁଟକୁ ୭୯.୬ କୋଟି ଟଙ୍କା ଦେଉଛୁ।”ସେ ଆହୁରି କହିଛନ୍ତି-“ଅମୃତ ଦୀନନଦୟାଲ ଯୋଜନାରେ ୬୦ରୁ ୭୦ ପ୍ରତିଶତ ବ୍ରାଣ୍ଡେଡ୍‌ ମେଡିସିନ୍‌ କମ୍‌ ଦାମରେ ଯୋଗାଇ ଦିଆଯିବ। ଏହାର ସୁବିଧା ପ୍ରତ୍ୟେକ ମେଡିକାଲ୍‌ କଲେଜରେ ଉପଲବ୍ଧ କରାଯାଉ। ଯାହାର ସୁବିଧା ଓଡ଼ିଶାବାସୀ ନେଇପାରିବେ।” ଏଥିସହ ସେ କହିଛନ୍ତି-“ଆୟୂଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସ୍କିମ୍‌କୁ ଓଡ଼ିଶା ସରକାର ଲାଗୁ କରନ୍ତୁ। ଏନେଇ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରିଛି। କାରଣ ଏହି ଯୋଜନା ହେଉଛି କ୍ୟାସ୍‌ଲେସ୍‌ ଓ ପେପର ଲେସ୍‌। ଏହି ଯୋଜନାରେ ଓଡ଼ିଶାର ଲୋକେ ଦିଲ୍ଲୀ ଏମ୍‌ସ, ଟାଟା ମେମୋରିଆଲ୍‌ ବା ଅନ୍ୟ କୌଣସି ମେଡିକାଲରେ ଚିକିତ୍ସିତ ହୋଇପାରିବେ।

 

Share

Leave a Reply

Your email address will not be published. Required fields are marked *

9 + eleven =