ସଡକ ଦୁର୍ଘଟଣାରେ ଦୁଇ ମୃତ ଜଣେ ଆହତ

କୋରାପୁଟ:  କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣାରେ ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ପୁଅକୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଡ଼ିରେ ୫ ଜଣ ଲୋକ ଥିଲେ। ସମସ୍ତେ ପୁରୀ ଜିଲ୍ଲା କାକଟପୁରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Share

Leave a Reply

Your email address will not be published. Required fields are marked *

six + five =