Friday, October 30, 2026
Latestରାଜ୍ୟ

ଡାକ ଯୋଗେ ଘରକୁ ପଠାଯିବ ଇ-ଚାଲାଣ

ଭୁବନେଶ୍ୱର()  ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଂଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ତେବେ ଆସନ୍ତାକାଲିଠାରୁ ଟୁଇନ ସିଟିରେ ଆରମ୍ଭ ହେବ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା(TVDS) । ଏନେଇ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।

କମିଶନରଙ୍କ ସୂଚନା ଅନୁସାରେ , ଏଣିକି ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ନିସ୍ତାର ଦିଆଯିବ ନାହିଁ। ପୁଲିସ ହାତରୁ ଖସିଗଲେ ମଧ୍ୟ ଜୋରିମାନା ଖିଲାପୀଙ୍କ ଖାତାରେ ପଡ଼ିବ। ଗାଡ଼ି ନମ୍ୱରକୁ ଦେଖି ଆର୍ଟିଓ ଅଫିସ ଖାତାରେ ଜୋରିମାନା ସୁଧ ସହ ଦେବାକୁ ପଡ଼ିବ। ଆଉ ଉଲ୍ଲଘଂନକାରୀ ଗଣିବେ ମୋଟା ଅଙ୍କର ଜୋରିମାନା।

ତେବେ ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ବର ରୁପାଲି ଛକରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ତାପରେ ଆଉ ୮ଟି ଛକରେ TVDS ଲାଗୁ ହେବ ବୋଲି କହିଛନ୍ତି ପୁଲିସ କମିସନର ।

Share

Leave a Reply

Your email address will not be published. Required fields are marked *

nineteen − 14 =