Friday, October 30, 2026
Latestରାଜ୍ୟ

ନାବାଳକକୁ ୨୬୦୦୦ ଜରିମାନା

ଭୁବନେଶ୍ୱର() ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍ରେ ଜଣେ ନାବାଳକ ବିନା ହେଲ୍ମେଟ୍ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା। ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଥିବାରୁ ୧୦୦୦ ଟଙ୍କା ଜରିମାନା ଓ ଲାଇସେନ୍ସ ନଥିବାରୁ ୨୫,୦୦୦ ଟଙ୍କା ଜୋରିମାନା କରିଛନ୍ତି କଟକ ଆଡିସିନାଲ୍ ଆର୍ଟିଓ। ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twelve − 7 =