ଅସୁସ୍ଥ ହେଲେ ସାଏରା ବାନୋ

ମୁମ୍ବ।ଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ମଶୁର ଅଭିନେତ୍ରୀ ସାଏରା ବାନୋ । ରକ୍ତଚାପ ସମ୍ବନ୍ଧୀୟ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାଏରାଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ କୁ ସ୍ଥାନାନ୍ତରିତ କରାଯାଇଛି । ସାଏରା ବାନୋଙ୍କ ଅସୁସ୍ଥତା ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ତାଙ୍କର ସୁସ୍ଥ କାମନା କରୁଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପତ୍ନୀ ହେଉଛନ୍ତି ସାଏରା ବାନୋ । ଚଳିତ ବର୍ଷ ଜୁଲାଇ ମାସରେ ଦିଲ୍ଲୀପ କୁମାରଙ୍କ ପରଲୋକ ଘଟିଥିଲା । ସେବେଠୁ ସାଏରା ବାନୋ ଭାଙ୍ଗି ପଡିବା ସହ ଖବରରୁ ଦୂରରେ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

1 × four =