ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ

ଭୁବନେଶ୍ୱର() ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି । କିନ୍ତୁ ଏପରି ଏବେ ଚଳିବ ନାହିଁ । ଏହାରି ମଧ୍ୟରେ ଆଜି ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ନିୟମ ଭାଙ୍ଗିଲେ ୩ମାସ ପାଇଁ ଡ଼ିଏଲକୁ ବାତିଲ କରି ଦିଆଯିବ । ଯେମିତିକି ଦ୍ରୁତ ଗତି ଓ ମଦ ପିଇ ଗାଡ଼ି ଚଳାଇଲେ ଡିଏଲ ବାତିଲ କରାଯିବ । ସେହିପରି ଟ୍ରାଫିକ ରେଡ଼ ସିଗନାଲ ନମାନିଲେ ଓ ଗାଡ଼ି ଚଲାଇଲା ବେଳେ ମୋବାଇଲରେ ଗପିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ । ମାଲଗାଡ଼ିରେ ଓଭରଲୋଡ ଼ଓ ଲୋକ ବୋହିଲେ ଡିଏଲ ବାତିଲ କରାଯିବା ନେଇ ସୂଚନା ରହିଛି । ତିନି ମାସ ପାଇଁ ଡିଏଲ ବାତିଲ କରିବେ ଏନଫୋର୍ସମେଣ୍ଟ ଅଧିକାରୀ ।

Share

Leave a Reply

Your email address will not be published. Required fields are marked *

three × 1 =