ଆଜି ଆଉ ୨୬୯୮ ପଜିଟିଭ, ୧୦୨୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୪୭୫, କଟକରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୁରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩, ବାଲେଶ୍ୱରରୁ ୧୦୨, ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୮୯, ପୁରୀରୁ ୮୭, କନ୍ଧମାଳରୁ ୮୧,ମାଲକାନଗିରିରୁ ୮୧, ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨, ବଲାଙ୍ଗିରରୁ ୭୧, ଗଜପତିରୁ ୫୮, ବରଗଡ଼ରୁ ୫୬, କଳାହାଣ୍ଡିରୁ ୪୯, ସୋନପୁରରୁ ୩୧, ଅନୁଗୁଳରୁ ୨୯,ଢ଼େଙ୍କାନାଳରୁ ୨୭, ଜଗତସିଂହପୁରରୁ ୨୧, କେନ୍ଦୁଝରରୁ ୨୧, ବୌଦ୍ଧରୁ ୧୧, ନୂଆପଡ଼ାରୁ ୩, ଦେଓଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =