କଲି କ୍ୟାବିନେଟ, ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର () ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ନ 5ଟା 30ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ତିନିଦିନ ତଳେ କ୍ୟାବିନେଟ ବୈଠକ ବସିଥିଲା । ତିନି ଦିନର ବ୍ୟବଧାନ ପରେ ପୁଣିଥରେ କ୍ୟାବିନେଟ ବୈଠକ ବସୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ କିଛି ବୃହତ ଜଳସେଚନ ପ୍ରକଳ୍ପ ଓ କାଳିଆ ଯୋଜନା ନେଇ ବି କିଛି ବଡ ଘୋଷଣା ହେବ ।

ସେହିଭଳି କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏଥିରେ 2019-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଆସୁଥିବା କାମଚଳା ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିବ । 2018-19ରେ ରାଜ୍ୟ ସରକାର 1ଲକ୍ଷ 10ହଜାର କୋଟି ଟଙ୍କାର ବଜେଟ ହୋଇଥିବା ବେଳେ 2019-20ରେ ବଜେଟ ଆକାର 25 ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

18 − eight =