Thursday, October 29, 2026
Latestରାଜ୍ୟ

ଆଜି କୁମାର ପୂର୍ଣ୍ଣିମା

ଭୁବନେଶ୍ୱର: କୁମାରୀଙ୍କ ପାଇଁ ଦିନଟିଏ । ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ପ୍ରକୃତି ସହିତ ମନୁଷ୍ୟର ଏହା ଏକ ମିଳନ ଦ୍ୟୋତକ। ସହର ଠାରୁ ଗ୍ରାମ ପର୍ୟ୍ୟନ୍ତ ହୋଇ ଉଠିଛି ଉତ୍ସବ ମୁଖର। ଆଜିର ଏହିଦିନ ବିଶେଷ କରି ଚନ୍ଦ୍ର ଉପସନାର ଏକ ପ୍ରକୃଷ୍ଟ ଦିନ। ଆଜି ସନ୍ଧ୍ୟାର ଚନ୍ଦ୍ରକିରଣ ସମସ୍ତଙ୍କ ପାଇଁ ଅମୃତ ତୁଲ୍ୟ। ସେଥିପାଇଁ ଗାଁ ଗହଳିରେ ଆଜିର ତିଥିକୁ ନେଇ ରହିଛି ବିଶେଷ ଚନ୍ଦ୍ର ପୂଜା।

ଓଡ଼ିଆ ଘର ପରମ୍ପରା ଅନୁସାରେ ଆଜି ପ୍ରତ୍ୟେକ କୁମାରୀ ନବଵସ୍ତ୍ର ପରିଧାନ କରି ପ୍ରଭାତରୁ ଏକ କୁଳାରେ ଲିଆଖଇ ଏବଂ ଜହ୍ନିଫୁଲ ଧରି ଚନ୍ଦ୍ରଙ୍କ ଉଦ୍ଧେଶ୍ୟରେ ଆଞ୍ଜୁଳା ଟେକିଥାନ୍ତି। ଏବଂ ସନ୍ଧ୍ୟାରେ ତୁଳଶୀ ଚୌରା ମୂଳରେ ଉଦିତ ଚନ୍ଦ୍ରଙ୍କୁ ସ୍ମରଣ କରି ପୁନର୍ବାର ଆଞ୍ଜୁଳା ଟେକି ନିଜର ଭକ୍ତିପୁଷ୍ପ ଅର୍ପଣ କରି ନିଜର କାମନା ଜଣାଥାନ୍ତି।

ଏହି ଦିନ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଏହି ପବିତ୍ର ଦିବସ ପାଳନ କରିବାର ଅନେକ ଲାଭ ରହିଛି । ଆଧ୍ୟାତ୍ମିକ ଉନ୍ନତି ସହିତ ଏହିଦିନର ବୈଜ୍ଞାନିକ କାରଣ ଅନେକ ରହିଛି।

Share

Leave a Reply

Your email address will not be published. Required fields are marked *

6 − 5 =