ପୁଣି ଆସୁଛି ଲଘୁଚାପ ବର୍ଷା

୧୬ରେ ପୁଣି ଆସୁଛି ଲଘୁଚାପ । ପଶ୍ଚିମବଙ୍ଗରୁ ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ଏକ ଟ୍ରାପଲାଇନ୍ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୮ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଘୂର୍ଣ୍ଣିବଳୟ କାରଣରୁ ଆସନ୍ତା ୧୬ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୭ରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ ।ବିଶେଷକରି ରାଜ୍ୟର ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଉଛି । ତେବେ ଲଘୁଚାପ ସମ୍ପର୍କରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସୂଚନା ଅନୁଯାୟୀ, ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର‌୍ୟ୍ୟନ୍ତ ଏକ ଟ୍ରାପଲାଇନ୍ ଥିବାରୁ ଏହାର ପ୍ରଭାବରେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ

Share

Leave a Reply

Your email address will not be published. Required fields are marked *

four × two =