ଗୁଳି ଶଦ୍ଦ ଶୁଣି ସୁନ୍ଦରୀ ଛୁ

ହାତୀ ଯଶୋଦା ପିଠିରେ ବସି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଗୁଳି ମାରିଲା ବିଶେଷଜ୍ଞ ଟିମ୍ । ହେଲେ ଧରାଦେଲାନି ବାଘୁଣୀ । ସାତକୋଶିଆରେ ବାଘୁଣୀକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ସୁନ୍ଦରୀ । ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦାର ସାହାରା ନେଉଛି ମଧ୍ୟପ୍ରଦେଶର ବିଶେଷଜ୍ଞ ଟିମ୍ । ହେଲେ ସବୁପରେ ମଧ୍ୟ ନିଶ୍ଚେତକ ଟିମକୁ ଚକମା ଦେଇଛି ସୁନ୍ଦରୀ ।
ସାତକୋଶିଆର ଘଂଚ ଜଙ୍ଗଲରେ ହାତୀ ଯଶୋଦା ପିଠିରୁ ସୁନ୍ଦରୀକୁ ଗୁଳି । ଜଙ୍ଗଲ ମଧ୍ୟରେ ବାଘ ସହ ସାମ୍ନାସାମ୍ନି ହୋଇଥିଲା ଯଶୋଦା । ହାତୀ ଯଶୋଦା ପିଠିରେ ବସିଥିଲେ ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବିଶେଷଜ୍ଞ ଦଳ । ବାଘୁଣୀକୁ ସାମ୍ନାରେ ଦେଖିବା ମାତ୍ରେ ଆଉ ଡେରି କରିନଥିଲେ ଟ୍ରାଙ୍କୁଲାଇଜର ଏକ୍ସପର୍ଟ । ଏବଂ ବନ୍ଧୁକରୁ ଗୁଳି ଫୁଟାଇଦେଲେ । କିନ୍ତୁ ବାଘୁଣୀ ସୁ୍ନ୍ଦରୀ ଏତେଶୀଘ୍ର ନିଶ୍ଚେତକ ଦଳର ଜାଲରେ ଧରାପଡିନଥିଲା । ଗୁଳି ଫୁଟିବା ମାତ୍ରେ ଡିଆଁ ମାରି ଦୂରକୁ ପଳାଇଲା ।

Share

Leave a Reply

Your email address will not be published. Required fields are marked *

3 × 5 =