ତାତିରେ ସିଝୁଛି ସାରା ଓଡିଶା

ଭୁବନେଶ୍ବର()  ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ସକାଳ ୮ଟା ବେଳକୁ ମାଡି ଆସୁଛି ଖରା । ଅପରାହ୍ନ ୪ଟା ପର୍ୟ୍ୟନ୍ତ କଲବଲ କରୁଛି । ଗତ ଦୁଇ ସପ୍ତାହ ହେଲା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜିବି ଲାଗି ରହିବ ସମାନ ସ୍ଥିତି ।

ଗତକାଲି ରାଜ୍ୟର ୧୧ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ଏଥିରୁ ୫ଟି ସ୍ଥାନରେ ପାରଦ ୪୪ଡିଗ୍ରି ଉପରେ ରହିଥିଲା । ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୮ଡିଗ୍ରି ରେକର୍ଡ ହୋଇଛି ।

ଅପରପକ୍ଷେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ କେଉଁଠି କାଳବୈଶାଖୀ ବର୍ଷା ହୋଇନଥିବାବେଳେ ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ।

Share

Leave a Reply

Your email address will not be published. Required fields are marked *

13 − 6 =