ଭିମସାର ଓ ଏସସିବି ନର୍ସିଂ କଲେଜରେ 70 ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ବୁର୍ଲା ସ୍ଥିତ ଭିମସାର ଓ କଟକ ଏସସିବି ନର୍ସିଂ କଲେଜ ପାଇଁ 70ଟି ନୂଆ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି ।

ବୁର୍ଲାସ୍ଥିତ ଭିମସାର ସରକାରୀ ନର୍ସିଂ କଲେଜରେ 24ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବା ବେଳେ 7ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ ପ୍ରିନ୍ସିପାଲ ପଦବୀ, ଗୋଟିଏ ଭାଇସ ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, ତିନୋଟି ଆସୋସିଏଟ ପ୍ରଫେସର, ଆଠଟି ଅଧ୍ୟାପକ ଓ 10ଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି ।

ସେହିପରି କଟକ ଏସସିବି ନର୍ସିଂ କଲେଜରେ 32ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା ବେଳେ 7ଟି ସହାୟକ କର୍ମଚାରୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ ପ୍ରିନ୍ସିପାଳ, ଗୋଟିଏ ଭାଇସ ପ୍ରିନ୍ସିପାଳ, ଗୋଟିଏ ପ୍ରଫେସର, ଚାରୋଟି ଆସୋସିଏଟ ପ୍ରଫେସର, 6ଟି ଅଧ୍ୟାପକ ଓ 19ଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eight + 5 =