ପ୍ୟାରେଡ ଗ୍ରାଉଣ୍ଡରେ ଚାଞ୍ଚଲ୍ୟ : ଯୁବତୀଙ୍କ ମୁହଁରେ କଳା କନା, ହାତରେ ଏ.କେ 47

ଭୁବନେଶ୍ବର () ରାଜଧାନୀ ଭୁବନେଶ୍ବରର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ସମୟ ପାଖାପାଖି 9ଟା । ପ୍ୟାରେଡ ଗ୍ରାଉଣ୍ଡରେ ଏ.କେ ୪୭ ବନ୍ଧୁକ ଧରୀ ବୁଲୁଥିଲେ ଜଣେ ଯୁବତୀ । ବ୍ୟାକକ୍ୟାଟ କମ୍ପାଣ୍ଡୋଙ୍କ ପରି ମୁହଁରେ କଳା କପଡା ବନ୍ଧା ହୋଇଥିଲା । ଯୁବତୀ ଜଣକ ବନ୍ଧୁଟିକୁ ବାରମ୍ବାର ଏପଟ ସେପଟ କରି ଦେଖୁଥିଲେ । ଜବାନମାନେ ବନ୍ଧୁକ ଚଳାଇଲା ଭଳି ଆକ୍ସନ ମଧ୍ୟ କରୁଥାନ୍ତି । ଏ ପୂରା ଘଟଣାକ୍ରମ ମାତ୍ର କିଛି ସେକେଣ୍ଡର । ହଠାତ ଜଣେ ସୁରକ୍ଷାକର୍ମୀ ତାଙ୍କ ପାଖରେ ପହଁଚି ବନ୍ଧୁଟିକୁ ଛଡାଇନେଲେ ।

ତାପରେ ସୁରକ୍ଷାକର୍ମୀ ଜଣକ ଯୁବତୀଙ୍କୁ ନେଇ କେଉଁ ଆଡେ ଉଭାନ ହୋଇଗଲେ । ପ୍ରଶ୍ନ ଉଠୁଛି ଏହି ଯୁବତୀଜଣକ କିଏ । କିଛି ମନ୍ଦ ଉଦ୍ୟେଶ୍ୟ ଥିଲା କି । କିନ୍ତୁ ପରେ କିଛି ଅନୌପଚାରିକ ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ଯୁବତୀଜଣକ ସଂପୃକ୍ତ ସୁରକ୍ଷାକର୍ମୀଙ୍କୁ ବାନ୍ଧବୀ । ଏବଂ ପ୍ୟାରେଡ ପରେ ସୁରକ୍ଷାକର୍ମୀଙ୍କ ବନ୍ଧୁକକୁ ସେ ହାତରେ ଧରି ଖେଳୁଥିଲେ । ଯୁବତୀ କଡା ସୁରକ୍ଷା ବଳୟ ମଧ୍ୟରେ ସିଭିଲ ପୋଷାକରେ ମୁହଁରେ କଳା କନା ଓ ହାତରେ ଏ.କେ 47 ଧରିଥିବା ଦୃଶ୍ୟ କିଛି ଗଣମାଧ୍ୟମ ଦ୍ବାରା କ୍ୟାପଚର ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

16 + four =