ଆତ୍ମହତ୍ୟା କଲା ପ୍ରତାରିତ ପ୍ରେମିକ

କେନ୍ଦ୍ରାପଡ଼ା: ପ୍ରେମ କରୁଥିଲେ । ୬ଏପରିକି ୬ ବର୍ଷ ଧରି ସମ୍ପର୍କରେ ଥିଲେ । ଶେଷରେ ପ୍ରେମିକା ଧୋକା ଦେଲା । ଆଉ ପ୍ରତାରିତ ପ୍ରେମିକ ଆତ୍ମହତ୍ୟାକୁ ଶେଷ ବାଟ ବାଛି ନେଇଛି । ଆଳି ଅଞ୍ଚଳର ଦେବରାଜ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେପଟେ ତାଙ୍କ ପ୍ରେମିକାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଦେବରାଜଙ୍କ ଭଉଣୀ ସୁଶୋଭିତା ।
ମିଳିଥିବା ସୂଚନା ମୁତାବକ, ଆଳି ଥାନା ସହିରା ପଞ୍ଚାୟତ ଦହିଅଟାଂ ଗ୍ରାମର ଦେବରାଜ ସାମଲ ନିକଟସ୍ଥ ଅଚଂଳର ଜଣେ ଯୁବତୀଙ୍କୁ ୬ ବର୍ଷ ହେଲା ଭଲ ପାଇବା ସହ ଅନେକ ଉପହାର ଦେଇଥିଲେ । ଏପରିକି ବିବାହ ପର୍ୟ୍ୟନ୍ତ କଥା ଯାଇଥିଲା । ମାତ୍ର କୌଣସି କାରଣରୁ ଉଭୟଙ୍କ ବିବାଦ ହେବାରୁ ଯୁବତୀ ଜଣଙ୍କ ପ୍ରତାରଣା କରିବା ସହ ଦେବାରାଜଙ୍କୁ ବ୍ଲାକମେଲ କରିଥିଲା । ଏକଥା ଉଭୟ ପରିବାର ଜାଣିଥିଲେ । ଶେଷରେ ଯୁବତୀ ଜଣଙ୍କ ସବୁ ସଂପର୍କକୁ ଫାଙ୍କି ଦେଇଥିଲା ।

ହତାଶ ହୋଇ ଦେବରାଜ ଯୁବତୀକୁ ଶେଷ ଏସଏଏମଏସ କରି ଝିଅର ଫଟୋ ଥିବା ଏକ କପରେ ମୋନୋକେମ ନାମକ ବିଷ ପୁରାଇ ପିଇ ଆତ୍ମହତ୍ୟା କରିଥିଲା । ତାଙ୍କୁ ଆଳି ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଥି ପାଇଁ ଯୁବତୀଙ୍କୁ ଦାୟି କରି ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଉଣୀ ନିବେଦନ କରିଛନ୍ତି । ଅଭିଯୋଗ ପାଇବା ପରେ ଆଳି ପୋଲିସ ୨୬୪/୨୧ ରେ କେସ ରୁଜୁ କରି ପୋଷ୍ଟମର୍ଟମ କରାଇବା ସହ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ସଂପର୍କରେ ଆଳି ଥାନା ଆଇଆଇସି ସଲିଳ ପ୍ରଧାନ କହିଛନ୍ତି କ୍ଷ

Share

Leave a Reply

Your email address will not be published. Required fields are marked *

two × two =