ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ବର୍ଷୀୟ ଯୁବକଙ୍କୁ କରୋନା

ଭୁବନେଶ୍ୱର() ଆଜି ଚିହ୍ନଟ ହୋଇଥିବା ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ୪ ଜଣ ବୋଲି ଜଣାପଡ଼ିଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିଲେ । ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ବର୍ଷୀୟ ଯୁବକ ହାଇଦ୍ରାବାଦରୁ ଫେରିଥିଲେ । ସେହିପରି ଅନ୍ୟଜଣେ ଡୁମୁଡୁମା ଅଞ୍ଚଳର ୨୯ବର୍ଷୀୟ ଦିଲ୍ଲୀ ଫେରନ୍ତା ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ପଟିଆ ଅଞ୍ଚଳର ଗୋଟିଏ ପରିବାରର ୨ ଦିଲ୍ଲୀ ଫେରନ୍ତା( ଜଣେ ୩୪ବର୍ଷୀୟ ଯୁବକ ଓ ୨୬ବର୍ଷୀୟ ମହିଳା) କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସୂଚନା ଯୋଗ୍ୟ ଯେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଥିବା ବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି ଓ ୩୭ ଜଣ ଚିକିତ୍ସାଧୀନ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =