୫ଟି ସଚିବଙ୍କ ଅଚାନକ ଗସ୍ତରେ ମେଡିକାଲ କର୍ମଚାରୀ ଛାନିଆ

ଭଦ୍ରକ() ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଅଚାନକ ଗ୍ରସ୍ତ । ୫ଟି ସଚିବଙ୍କ ସମେତ ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଛନ୍ତି । ୫ଟି ସଚିବ ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସୁବିଧା ସମ୍ୱନ୍ଧରେ ପଚାରି ବୁଝିଛନ୍ତି ।

୫ଟି ସଚିବଙ୍କ ଅଚାନକ ଗସ୍ତକୁ ନେଇ ମେଡିକାଲ କର୍ମଚାରୀ ଛାନିଆ ହୋଇଯାଇଥିଲେ । ମୋ ସରକାର ଓ ୫ ଟି ଲାଗୁହେବା ପରେ ଏହା ମେଡିକାଲକୁ ୫ଟି ସଚିବଙ୍କ ପ୍ରଥମ ଗସ୍ତ । ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ସଚିବ । ବିଭିନ୍ନ ୱାର୍ଡରେ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ସହ କଥା ହେବା ସହ ମେଡିକାଲରେ ଥିବା ସମସ୍ୟା ଗୁଡିକ ବିଷୟରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ଓ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ପରେ ଶିଶୁ ଯତ୍ନ କେନ୍ଦ୍ର ସିଆର.ଏସ.ଆର କୁ ଯାଇ ପିଲାମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେମାନଙ୍କ ସହ ଭୋଜନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eight + 6 =