‘ୟାସ୍’କୁ ନେଇ ଏସ୍‌ଆର୍‌ସିଙ୍କ ସୂଚନା: ଦିନ ୧ଟା ସୁଦ୍ଧା ସରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ବାତ୍ୟା ୟାସ୍ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୩ରୁ ୪ ଘଣ୍ଟା ଲାଗିବ । ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ କରୁଛି ୟାସ । ସକାଳ ୯ଟାରୁ ଏହି ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳି ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ସରିବ ବୋଲି ଆଶା କରାଯାଉଛି। ଏବେ ପବନ ବେଗ ୧୩୦ରୁ ୧୪୦ କିମି ରହିଛି। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

ସେହିଭଳି ଏସ୍‌ଆର୍‌ସିଙ୍କ କହିବା ଅନୁଯାୟୀ,ରେମୁଣା ବାହାନଗାରେ ଲ୍ୟାଣ୍ଡଫଲ କରୁଛି ୟାସ୍‌। ବାତ୍ୟା ୟାସ୍‌ ବାଲେଶ୍ୱର ଜିଲ୍ଲା ପାର୍‌ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ବାତ୍ୟା ମୟୂରଭଂଜ ଯିବ। ସେଠି ୧୦୦ କିମି ବେଗରେ ପବନ ବହିବ। ଦିନ ୩ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ରହିବ।ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କୁସୁମିରେ ୩ଶହ ମିଲିମିଟର, ରାଜନଗରରେ ୨୭୫, ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ସକାଳ ୮ଟା ସୁଦ୍ଧା ୫ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ଵର ୧ଲକ୍ଷ ୫୨ ହଜାର ,ଭଦ୍ରକ ୧.ଲକ୍ଷ ୨୦ ମୟୂରଭଞ୍ଜ ୬୦ ହଜାର ଲୋକଙ୍କୁ ସ୍ତାନନ୍ତରଣ କରାଯାଇଛି । ପବନ କମିବା ପରେ ଉଦ୍ଧାର କାମ ହେବ । ସମୁଦ୍ରରେ ଜୁଆର ଉଠିବା ସହ ବର୍ଷା ଲାଗି ରହିବ

Share

Leave a Reply

Your email address will not be published. Required fields are marked *

thirteen − 7 =