ବାତ୍ୟା ‘ୟାସ୍’ରେ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା ‘ୟାସ୍’ ।ସାମ୍ଭାବ୍ୟ ବାତ୍ୟାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣକର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ ଜଣେ ଯୁବକ ବାତ୍ୟା ଆଶ୍ରୟସ୍ଥଳୀରେ ଥିଲେ । ଜବରଦସ୍ତି ଘରକୁ ଗଲାବେଳେ ଗଛ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝରରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମ ଦ୍ବାରା ଜଣା ପଡ଼ିଛି । ତଦନ୍ତ କରି ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Share

Leave a Reply

Your email address will not be published. Required fields are marked *

16 − 13 =