Friday, October 30, 2026
Latestରାଜନୀତିରାଜ୍ୟ

ମେଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ଗଞ୍ଜାମ: ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦେଲେ ମେଟ୍ରିକ ପରୀକ୍ଷା । ୪୯ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଜେଡିର ଜଣେ ଆଗ ଧାଡ଼ିର ନେତା । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ୩ଥର ବିଧାୟକ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଥିବା ବିଧାୟକଙ୍କ ଆଗ୍ରହ ଯୋଗୁଁ ସେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ସମ୍ପୂର୍ଣ୍ଣ କୋଭିଡ୍ କଟକଣାକୁ ମାନି ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଭଳି ବିଧାୟକ ପୂର୍ଣ୍ଣଚନ୍ଦ୍ର ପରୀକ୍ଷା ଦେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ୨୯ଟି ସେଂଟର ହୋଇଥିବାବେଳେ ୧୩ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

Share

Leave a Reply

Your email address will not be published. Required fields are marked *

four × 3 =