Friday, October 30, 2026
Latestରାଜ୍ୟ

ଶ୍ରୀମନ୍ଦିର ଭିତରର ୭ଟି ଦ୍ୱାରର ରୂପା ଛାଉଣୀ କାମ ହେଲା ଶେଷ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ୱାର ମଧ୍ୟରୁ ୭ଟି ଦ୍ୱାରର ରୂପା ଛାଉଣୀ ଶେଷ ହୋଇଛି। ଶ୍ରୀମନ୍ଦିର ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ପଶ୍ଚିମ ଭୋଗମଣ୍ଡପ, ସାତପାହାଚ, ଆଦି ନୃସିଂହ, ମା ବିମଳା ଓ ମା ମହାଲକ୍ଷ୍ମୀ ମନ୍ଦିରର ରୂପା ଛାଉଣୀ କରାଯାଇଛି। ବର୍ମା ଟିକରେ ନବର୍ନିମିତ ଦ୍ୱାର ଲାଗିବା ପରେ ଏଥିରେ ରୂପା ଚାଦର ସହ ସୂକ୍ଷ୍ମ କାରୁକାର୍ୟ୍ୟପୂର୍ଣ୍ଣ ବର୍ଗାକାର ରୂପା ପ୍ଲେଟ ଲଗାଯାଇଛି।

କେବଳ କଳାହାଟ ଦ୍ୱାର ଓ ଏଥିରେ ରୂପା ଛାଉଣୀ କାମ ବାକି ରହିଛି। ଆସନ୍ତା ରଥଯାତ୍ରା ସମୟରେ ଏହି ଦ୍ୱାର କାମ ସରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ମା ଟିକରେ କଲହାଟ ଦ୍ୱାର ନିର୍ମାଣ ସହ ପଲିସ କାମ ସରିଥିବାବେଳେ ଏଥିପାଇଁ ଆବଶ୍ୟକ ରୂପା ଚାଦର ବି ଆସିସାରିଛି। କେବଳ ଏହା ସଂଯୋଗ ହେବା ବାକି ରହିଛି। ରୂପାକୁ ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଛି।

Share

Leave a Reply

Your email address will not be published. Required fields are marked *

eleven + seven =