ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି ଯେ, ବିକାଶ କାର୍ଯ୍ୟ ହେଉ କିନ୍ତୁ ଏହା ଆଇନ ପରିସର ମଧ୍ୟ ହେଉ । ଶହେ ମିଟର ପରିଧିରେ ଚାଲିଥିବା ଅବୈଧ ଖନନକୁ ବନ୍ଦ କରାଯାଉ ବୋଲି ସେ ଦାବି ଉଠାଇଛନ୍ତି ।
ସେପଟେ ପୁରୀ ସାଂସଦ ପିନାକୀ ମିଶ୍ର ଏହାର ଜବବ ଦେଇ କହିଛନ୍ତି ଯେ, ପ୍ରକଳ୍ପ ପାଇଁ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବନି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ ଚଳାଇଥିବା ବେଳେ ଏନ୍‌ଏମ୍‌ଏର ଏନ୍‌ଓସିରେ କାମ ହେଉଛି । କିଛି ଖନନ ହେଉନି କେବଳ ୪ଟି ଟଏଲେଟ୍ ତିଆରି ହେଉଛି ବୋଲି କହିଛନ୍ତି । ମନ୍ଦିର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

Share

Leave a Reply

Your email address will not be published. Required fields are marked *

one × 1 =